ଖଣ୍ଡପଡ଼ା: ଖଣ୍ଡପଡା ବ୍ଲକ ବଡ଼ବାଣପୁର ଗ୍ରାମର ଜଣେ ଯୁବକଙ୍କ ମୃତ୍ୟ ହୋଇଥିବା ନେଇ ସୂଚନା ମିଳିଛି। ମୃତ ଯୁବକ ଜଣକ ହେଲେ ଧର୍ମେନ୍ଦ୍ର ସାହୁ(୩୨)। ଆଜି ସକାଳେ ସେ ନିକଟସ୍ଥ କଣ୍ଟିଲୋ ବଜାରକୁ ପରିବା ଆଣିବାକୁ ଯାଇଥିଲେ। ତେବେ ଫେରିବା ସମୟରେ କଲେଜ ସମ୍ମୁଖରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲେ। ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

Advertisment