ଦୁର୍ଘଟଣାରେ ଯୁବକ ଗୁରୁତର

ଖଣ୍ଡପଡ଼ା: ଖଣ୍ଡପଡ଼ା ସହରାଞ୍ଚଳ ଅନ୍ତର୍ଗତ ପୂର୍ତ ବିଭାଗ ଡାକ ବଙ୍ଗଳା ଛକ ନିକଟରେ ବାଇକ୍‌ ଦୁର୍ଘଟଣା ଘଟି ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଯୁବକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରଥମେ ଖଣ୍ଡପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ପ୍ରକାଶ ଥାଉକି, ଦଶପଲ୍ଲା ସୁବଳୟାର ପପୁ ରଣା ନାମକ ଏହି ଯୁବକ ଜଣକ ଭାପୁର ବ୍ଲକ୍‌ ବଡ଼ସହରା ପଞ୍ଚାୟତରେ କିଛି ଦିନ ହେବ ଶ୍ୱଶୁର ତ୍ରିଲୋଚନ ରଣାଙ୍କ ଘରେ ରହି ଆସୁଥିଲେ। କିନ୍ତୁ ବାହାଡ଼ା ଛକରେ ମଦ କାଉଣ୍ଟର୍‌ରେ ମଦ୍ୟପାନ କରି ସେ ଆଜି ନିଜ ଘରକୁ ଫେରୁଥିବାବେଳେ ନିଶାସକ୍ତ ଅବସ୍ଥାରେ ରାସ୍ତାରେ ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ଟିଭିଏସ୍‌ ଷ୍ଟାର୍‌ ବାଇକ୍‌ (ଓଡି-୨୫-ଏଫ୍‌-୨୫୦୧)ଟି ଦୁର୍ଘଟଣାଗ୍ରସ୍ତ ହେବା ସହ ପପୁ ରାସ୍ତାରେ ଛିଟିକି ପଡ଼ିଥିଲେ। ଫଳରେ ପପୁର ହାତ, ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିବାବେଳେ କାନ୍ଧ ପାଖ ହାଡ଼ଟି ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଖଣ୍ଡପଡ଼ା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ବାଇକ୍‌ଟିକୁ ଜବତ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର