ଓଡ଼ଗାଁ: ସନ୍ଧ୍ୟା ୬ଟା ବେଳେ ଓଡ଼ଗାଁ-ବାହାଡାଝୋଲା ରାସ୍ତାର ଢୋଲମସ୍କା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣାରେ କୃଷି ବିଭାଗରେ କାର୍ଯ୍ୟରତ ଥିବା ଗ୍ରାମସେବକ ଦିଲୀପ କୁମାର ଡାକୁଆ (୩୬) ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଘର ନୟାଗଡ଼ ପିଟିଏସ୍ ଅଞ୍ଚଳରେ। ସେ ଢୋଲମସ୍କାରୁ ନିଜ ବାଇକ୍ ଯୋଗେ ନୟାଗଡ଼ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ତାଙ୍କ ମୁଣ୍ତ ଓ ଛାତିରେ ଗୁରୁତର ଆଘାତ ଲାଗିଛି। ଖବର ପାଇ ଓଡ଼ଗାଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଓଡ଼ଗାଁ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ନୟାଗଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
ଦୁର୍ଘଟଣାରେ ଯୁବକ ଗୁରୁତର
/sambad/media/post_attachments/wp-content/uploads/2018/12/naya-1.jpg)