କନକତୋରା: ପିଥିଣ୍ଡା ପଞ୍ଚାୟତ ଦେହେରୀଢ଼ିପାର ଅଶୋକ ବଗାୟତ (୪୧) ଗତ ୩ ବର୍ଷ ହେଲା ପୋଲିଓ ଆକ୍ରାନ୍ତ ହୋଇଛନ୍ତି। ଏହାଦ୍ୱାରା ତାଙ୍କ ସ୍ତ୍ରୀ ସମେତ ୨ ଝିଅ, ଗୋଟିଏ ପୁଅ ଓ ବୁଢ଼ି ମା’ଙ୍କ ପରିବାର ମଧ୍ୟ ଅସହାୟ ଅବସ୍ଥାରେ କାଳ କାଟୁଛନ୍ତି। ଅଶୋକ ପୂରା ପରିବାରର ପେଟପାଟଣାର ମୁଖ୍ୟ ଉତ୍ସ ଥିଲେ। ପରିବାରର ମୁରବି ପୋଲିଓ ଆକ୍ରାନ୍ତ ହୋଇ ରୋଜଗାର କରିବାରେ ଅକ୍ଷମ ହୋଇ ପଡ଼ିଥିବାରୁ କୌଣସି ପ୍ରକାର ଆଶା ଆଉ ଦିଶୁନାହିଁ। ଅଶୋକ ଗାଁରେ ଥିବା ବାଲାଜୀ ଷ୍ଟେସନ୍ କ୍ରସରରେ ହାଇଓ୍ଵା ଡ୍ରାଇଭର ଭାବେ କାମ କରୁଥିଲେ। ପ୍ରଶାସନ ପକ୍ଷରୁ ଏହି ପରିବାରକୁ ରାସନ କାର୍ଡ ଜରିଆରେ କେବଳ ୧୫ କେଜି ଚାଉଳ ଓ ବୁଢ଼ି ମା’ଙ୍କ ଭତ୍ତା ମିଳୁଛି। ଆଉ କୌଣସି ସାହା ଭରସା ନାହିଁ। ଅଶୋକ ସ୍ଥାନୀୟ ଥର୍ମାଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହେଲେ, ତାଙ୍କ ଚିକିତ୍ସା ପାଇଁ ଅର୍ଥାଭାବ ବାଧକ ସାଜିଛି। ଅଧିକ କିଛି ଅର୍ଥ ସହାୟତା ମିଳିଲେ ତାଙ୍କ ଚିକିତ୍ସା ହୋଇପାରିବ ବୋଲି ଅଶୋକ କହନ୍ତି। କୌଣସି ସରକାରୀ ଯୋଜନା କିମ୍ବା ବଦାନ୍ୟ ଅନୁଷ୍ଠାନ ଦ୍ୱାରା ସହାୟତା ମିଳିଲେ ତାଙ୍କ ପରିବାର ଉପକୃତ ହୁଅନ୍ତା ବୋଲି ସେ ନିବେଦନ କରିଛନ୍ତି।
ପୋଲିଓ ଆକ୍ରାନ୍ତ ଅଶୋକଙ୍କ ଚିକିତ୍ସାରେ ଅର୍ଥାଭାବ ବାଧକ, ପରିବାର ଅସହାୟ
/sambad/media/post_attachments/wp-content/uploads/2018/01/jhar4-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)