ଯାଜପୁରଟାଉନ/ସଦର: ଯାଜପୁରର ପୁରାତନ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ ପାଇଛି। ପାସ୍‌ ହାର ୮୧ ପ୍ରତିଶତ ରହିଥିବାବେଳେ ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରୀ ସଂପୂର୍ଣ୍ଣା ସାମଲ ​ଶ୍ରେଷ୍ଠ ସ୍ନାତକ ବିବେଚିତ ହୋଇଛନ୍ତି। ‌

Advertisment

ଆଜି କଲେଜ କର୍ତ୍ତୃପକ୍ଷ ଓ ଆଲୁମିନି ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସରେ ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ କରାଯାଇଛି। କଲେଜର ଅଧ୍ୟକ୍ଷ ବିଷ୍ଣୁ ଚରଣ ଦାସ ଓ ପରୀକ୍ଷା ନିୟନ୍ତ୍ରକ ଅଜୟ କୁମାର ସାମଲ ଏହି ଫଳପୁସ୍ତିକା ଉନ୍ମୋଚନ କରିଥିଲେ। କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୪୯୮ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରି ୪୮୬ ଜଣ ସମସ୍ତ ସେମିଷ୍ଟାର ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ୩୯୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀ ସହ ଡିଷ୍ଟିଙ୍କ୍‌ସନର ୨୬୦ ଜଣ ଓ ଅନର୍ସ ସହ ପ୍ରଥମ ଶ୍ରେଣୀରେ ୯୭ ଜଣ ପାସ କରିଛନ୍ତି। ୩୩ ଜଣ ଅନର୍ସ ସହ ଦ୍ବିତୀୟ ଶ୍ରେଣୀରେ ପାସ କରିଛନ୍ତି। କଲେଜର ମୋଟ ପାସ ହାର ୮୧ ପ୍ରତିଶତ ରହିଛି।

ସେହପିରି ବିବିଏ ବିସିଏରେ ୬୨ ଜଣ ଫର୍ମପୂରଣ କରିଥିବାବେଳେ ୬୧ ଜଣ ପରୀକ୍ଷା ଦେଇଥିଲେ। ସେଥିରୁ ୬୦ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ପାସ୍‌ ହାର ୯୮ ପ୍ରତିଶତ ରହିଛି। କଲେଜର ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରୀ ସଂପୂର୍ଣ୍ଣା ସାମଲ ମୋଟ ୨୬ଶହ ମାର୍କରୁ ୨୩୯୬ ମାର୍କ ରଖି କଲେଜର ଟପର ହୋଇଛନ୍ତି। କଳା ବିଭାଗରେ ସଂସ୍କୃତ ବିଭାଗର ଗାୟତ୍ରୀ ସଂଗୀତା ସାହୁ ୨୩୧୭ ମାର୍କ ରଖି ଶ୍ରେଷ୍ଠ ହୋଇଥିବାବେଳେ ବାଣିଜ୍ୟରେ ଶାଶ୍ବତ ପଣ୍ଡା ୨୧୯୪ ମାର୍କ ରଖି ଟପର ହୋଇଛନ୍ତି। ବିଜ୍ଞାନରେ ପ୍ରାଣୀ ବିଜ୍ଞାନ ବିଭାଗର ଲୋରିଲିପ୍ସା ସାମଲ ୨୩୮୯ ନମ୍ବର ରଖି ଟପର ହୋଇଛନ୍ତି।

publive-image

ସେହିପରି ଅର୍ଥଶାସ୍ତ୍ରରେ ୮୦ ପ୍ରତିଶତ ଉତ୍ତୀର୍ଣ୍ଣ ଓ ବିଶ୍ବଜିତ ସାହୁ ୨୧୭୧ମାର୍କ ରଖି ଟପର, ଇଂରାଜୀରେ ଶତ ପ୍ରତିଶତ ପାସ୍‌ ଓ ସବୁଜିମା କର ୨୦୫୯ ମାର୍କ, ଇତିହାସରେ ୭୦ ପ୍ରତିଶତ ଉତ୍ତୀର୍ଣ୍ଣ ଓ ମମତା ମଞ୍ଜରୀ ରାଉତ ୧୯୧୦ ମାର୍କ, ଗଣିତ(କଳା)ରେ ଶତ ପ୍ରତିଶତ ପାସହାର ଓ ତୃପ୍ତିମୟୀ ସିଂ ୨୨୩୬ ମାର୍କ, ଓଡ଼ିଆରେ ୭୯ ପ୍ରତିଶତ ପାସ ହାର ରହିଥିବାବେଳେ ଦୀପ୍ତିମୟୀ ବରାଳ ୨୦୧୬ ମାର୍କ, ଦର୍ଶନଶାସ୍ତ୍ରରେ ୬୨ ପ୍ରତିଶତ ପାସ ହାର ଥିବାବେଳେ ଶୁଭଦର୍ଶିନୀ ପୁହାଣ  ୨୦୧୧ ମାର୍କ, ରାଜନୀତି ବିଜ୍ଞାନରେ ୭୫ ପ୍ରତିଶତ ପାସ୍‌ଙ୍କ ମଧ୍ୟରୁ  ଲିସା ସାହୁ ୨୩୦୧ ମାର୍କ, ସମାଜଶାସ୍ତ୍ରରେ ୬୮ ପ୍ରତିଶତ ପାସ୍‌ଙ୍କ ମଧ୍ୟରୁ ଅଭିଲିପ୍ସା ନାୟକ ୧୯୮୨ ମାର୍କ, ଉଦ୍ଭିଦ ବିଜ୍ଞାନରେ ସୁଶ୍ରୀ ସଂଗୀତା ସାହୁ ୨୨୯୧ ମାର୍କ, ରସାୟନ ବିଜ୍ଞାନରେ ବିଶ୍ବବନ୍ଦିତା ପାତ୍ର ୨୩୬୪ ମାର୍କ, ଗଣିତରେ ସତ୍ୟବ୍ରତ ବାରିକ ୨୨୯୩ ମାର୍କ, ପଦାର୍ଥ ବିଜ୍ଞାନରେ ଦୀପାଞ୍ଜଳି ସାହୁ ୨୩୭୫ ମାର୍କ, ବିବିଏରେ ସୁପ୍ରିୟା ପ୍ରିୟଦର୍ଶିନୀ ସାହୁ ୨୨୬୭ ଓ  ବିସିଏରେ ଗୌତମ କୁମାର ପାଉଲ ମୋଟ ୩୭ଶହ ମାର୍କରୁ  ୩୪୪୩ ମାର୍କ ରଖି ବିଭାଗର ଟପର ହୋଇଛନ୍ତି। ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଦେଖିଲେ ୨୯ ଜଣ ଛାତ୍ର ଓ ୫୦ ଜଣ ଛାତ୍ରୀ ପାସ କରିଥିବାବେଳେ ଅନୁସୂଚିତ ଜନଜାତି କ୍ଷେତ୍ରରେ ୧୬ ଛାତ୍ର ଓ ୨୪ ଜଣ ଛାତ୍ରୀ ପାସ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଆଲୁମିନି ଆସୋସିଏସନର ସଭାପତି ଭବ ପ୍ରସାଦ ଦାସ, ଉପସଭାପତି ସନ୍ତୋଷ ନନ୍ଦ, ସଂପାଦକ ବଟକୃଷ୍ଣ ମହାପାତ୍ରଙ୍କ ସହ କଲେଜ ପକ୍ଷରୁ ଶାରଦା ପ୍ରସାଦ ମହାପାତ୍ର, ସୁରେଶ ସାହୁ, ବିକ୍ରମ ମଲ୍ଲିକ, ସୁରେଶ ଗୋଇ, ଦାଶରଥି ମହାରଣା, ରଂଜନ ସୂତାର, ଅତିଶ ମହାନ୍ତି, ବିଦ୍ୟଲୋଚନ ସିଂ ଉପସ୍ଥିତ ଥିଲେ।