ବନ ବିଭାଗ କାର୍ଯ୍ୟାଳୟରେ ବିଷଧର ସାପ

ମାଲକାନଗିରି: ମାଲକାନଗିରିସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଆଜି ବିରାଟ ବଡ ବିଷଧର ସାପକୁ କାବୁ କରାଯାଇଛି। ବନ ବିଭାଗ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ ନିଜ ନିଜ କାମ କରୁଥିବା ବେଳେ ହଠାତ୍ ଏକ ବିରାଟ ନାଗ ସାପ ପଶି ଆସିଥିଲା। ବନ ବିଭାଗର ଜଣେ କର୍ମଚାରୀ ଏହା ଦେଖିବା ପରେ ସମସ୍ତଙ୍କୁ ସତର୍କ କରାଇ ଦେଇଥିଲେ। ପରେ ସାପକୁ କାବୁ କରିବାକୁ କର୍ମଚାରୀଙ୍କୁ ନାକେ ଦମ ହେବାକୁ ପଡିଥିଲା। ଯେହେତୁ କର୍ମଚାରୀମାନେ ସାପ ଧରିବାର କୌଶଳ ଜାଣି ନଥିବାରୁ ସାପକୁ କାବୁ କରିବାକୁ ବହୁ ସମୟ ଲାଗିଥିଲା। ଟିକିଏ ଭୁଲ ହେଲେ ଜୀବନ ଚାଲିଯିବାର ଭୟ ମଧ୍ୟ ରହିଥିଲା। ତେଣୁ ଅତି ସତର୍କତାର ସହ ନାଗ ସାପଟିକୁ କାବୁ କରିବା ପରେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା।

ମାଲକାନଗିରି ଜିଲ୍ଲାରେ ଅଜଗର ସାପଙ୍କ ପାଦୁର୍ଭାବ ବର୍ଷା ଦିନେ ଜାରି ରହିଥିବା ବେଳେ ଏବେ ନାଗ ସାପ ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ବନ ଅଧିକାରୀ ଜଗନ୍ନାଥ ବିଷୋୟୀଙ୍କ କହିବା ଅନୁଯାୟୀ ସାପକୁ କୌଣସି କ୍ଷତି ନପହଞ୍ଚାଇଲେ ସେ ମଧ୍ୟ ଆପଣଙ୍କୁ କୌଣସି କ୍ଷତି ପହଞ୍ଚାଇବ ନାହିଁ। ତେଣୁ ଭୟ ନକରି ସାପ ଧରାଳିଙ୍କୁ ଡାକି ତାକୁ ଧରି ଜଙ୍ଗଲ ଛାଡିବାର ବ୍ୟବସ୍ଥା କରିବା ଦରକାର ବୋଲି  କହିଥିଲେ।

ସମ୍ବନ୍ଧିତ ଖବର