ଜିଲ୍ଲାରେ ଖାଦ୍ୟ ବଣ୍ଟନରେ ଅନିୟମିତତା, ଜିଲ୍ଲା ଯୋଗାଣ ବିଭାଗକୁ ପୁଣି କାରଣ ଦର୍ଶାଅ ନୋଟିସ୍

ଖରାପ ଚାଉଳ ଯୋଗାଣ ନେଇ ମିଲରକୁ କାରଣ ଦର୍ଶାଅ ନୋଟିସ

ଖୋର୍ଦ୍ଧା: ନିକଟରେ ଖୋର୍ଦ୍ଧା ଜିଲ୍ଲାର ଏଫ୍ସିଆଇ କେନ୍ଦ୍ରୀୟ ଗୋଦମ, ରାଜ୍ୟ ଯୋଗାଣ ନିଗମର ଗୋଦାମରେ ଚାଉଳରମାନ ଓ ବଂଟନରେ ଅନିୟମିତତା ହୋଇଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁଗ୍ମ ଟିମ୍ ଦ୍ୱାରା ଧରାପଡ଼ିଥିଲା । ବର୍ତମାନ ଜିଲ୍ଲାରେ ଚାଉଳ ଯୋଗାଣରେ ଓ ଯୋଗାଣ ଶୃଙ୍ଖଳ ପରିଚାଳନା ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ରାଜ୍ୟ ଯୋଗାଣ ନିଗମ ଜିଲ୍ଲା ଯୋଗାଣ ବିଭାଗକୁ ତାଗିଦ୍ କରିଛି ।

ଆଜି ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଜିଲ୍ଳା ଯୋଗାଣ ଅଧିକାରୀଙ୍କ ନିକଟକୁ ଏ ସମ୍ପର୍କରେ ଚିଠି ଲେଖାଯାଇଛି । ଚିିଠିରେ ଦର୍ଶାଯାଇଛି ଯେ ଜିଲ୍ଲା ପକ୍ଷରୁ ଦିଆଯାଇଥିବା ଯୋଗାଣ ଶୃଙ୍ଖଳ ପରିଚାଳନା ତଥ୍ୟ ଓ ରାଜ୍ୟ ଯୋଗାଣ ନିଗମ ଅଧୀନସ୍ଥ ରାଇସ୍ ରିସିଭିଂ ସେଂଟର (ଆରଆର୍ସି)ରେ ଥିବା ମହଜୁଦ ଚାଉଳ ମଧ୍ୟ କୌଣସି ସାମଂଜସ୍ୟ ନାହିଁ । ଏଭଳି ସମସ୍ୟା ଗତ ଦେଢ଼ ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ପାଇଁ କୌଣସି ଚେଷ୍ଟା କରାଯାଉନାହିଁ ।

ଏନେଇ ଅପ୍ରିଲ୍ ୨୪, ୨୦୨୦, ନଭେମ୍ବର ୨, ୨୦୨୦ ଓ ମଇ ୧୫, ୨୦୨୦, ଡିସେମ୍ବର ୧୨, ୨୦୨୦ରେ ଚିଠି ନେଣ ଦେଣ ହୋଇଛି । କିନ୍ତୁ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଏହି ତ୍ରୁଟି ସଂଶୋଧନ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି । ଆସନ୍ତା ୨୧ ତାରିଖ ସୁଦ୍ଧା ଏଭଳି ଅନିୟମିତତା କାହିଁକି ହୋଇଛି ସେନେଇ ଉତ୍ତର ସହ ସବିଶେଷ ତଥ୍ୟ ଉପସ୍ଥାପିତ କରିବାକୁ ଚିଠିରେ ନିର୍ଦେଶରେ ଦିଆଯାଇଛି ।

ସୂଚନାନୁସାରେ, ଜିଲ୍ଲାକୁ ପ୍ରିୟରିଟି ହାଉସହୋଲଡ (ପିଏଚ୍ଏଚ୍)ରେ ୪୫୧୯୦ କୁଇଣ୍ଟାଲ, ଏଏୱାଇରେ ୧୩୬୬୭ କ୍ୱିଂଟାଲ୍ ଏଭଳି ମୋଟ ୫୮୮୫୭ କ୍ୱଂଟାଲ୍ ଚାଉଳ ଏପ୍ରିଲ୍ ମାସରେ ଆସିଥିଲା । ଏହା ମଧ୍ୟରୁ ୯୭ ପ୍ରତିଶତ ବଂଟନ ହୋଇଥିବା ବେଳେ ବଳକା ୩ ପ୍ରତିଶତର ହିସାବ ନାହିଁ । ସେହିଭଳି ୧୭୦୯୩ କ୍ୱଂଟାଲ୍ ଗହମ ପିଏଚ୍ଏଚ୍ ହିତାଧିକାରୀଙ୍କ ପାଇଁ ଆସିଥିବା ବେଳେ ମାତ୍ର ୯୫ ପ୍ରତିଶତ ବଂଟନ କରାଯାଇଛି ଓ ବଳକା ଗହମ କେଉଁ ଗୋଦାମରେ ଅଛି ତାହାର ସୂଚନା ନାହିଁ ।

ଚଳିତ ବର୍ଷ କେବଳ ଗୋଟିଏ ମାସରେ ଏଭଳି ଯୋଗାଣ ଓ ମହଜୁଦ ଚାଉଳ ଓ ଗହମରେ ଏଭଳି ତାରତମ୍ୟ ରହିଥିବା ବେଳେ ଗତ ଦେଢ଼ ବର୍ଷ ଧରି କେତେ ପରିମାଣରେ ଏଭଳି ଅନିୟମିତତା ହୋଇ ନଥିବ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅପରପକ୍ଷରେ, ଅପ୍ରିଲ୍ ମାସରେ କେନ୍ଦ୍ରୀୟ ଟିମ୍ ଯାଞ୍ଚ ବେଳେ ଧାନ ସଂଗ୍ରହ କରାଯାଇ ଯେଉଁ ଚାଉଳ କୋଟା ସରକାରଙ୍କୁ ଦେବା କଥା ସେହି ଚାଉଳ ଖାଇବା ଯୋଗ୍ୟ ନଥିଲା । ଏହା ପଶୁପକ୍ଷୀଙ୍କୁ ଖାଇବା ଯୋଗ୍ୟ ହୋଇଯାଇଥିଲା । ଯଦି ମଣ୍ଡିରୁ ସଠିକ୍ ଧାନ ଉଠାଯାଇଛି ତେବେ ଏହି ଚାଉଳ କେଉଁଠାରୁ ଆସିଲା ଓ କାହିଁକି ସରକାରଙ୍କୁ ଦେବା ପାଇଁ ରଖିଥିଲେ ସେ ନେଇ ଯୋଗାଣ ବିଭାଗ ବାଲିଅନ୍ତା ପରିବାସୁଦେଈପୁରର ସୋନ୍ଥାଲିଆ ରାଇସ୍ ମିଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ।

ସୂଚନାଯୋଗ୍ୟ, ୩ ଦିନ ପୂର୍ବେ ରାଜ୍ୟ ଯୋଗାଣ ନିଗମ ଏହି ମାମଲାରେ ଜଣେ କ୍ୱାଲିଟି ଆନାଲିଷ୍ଟ ଓ ଜଣେ ପ୍ରକ୍ୟୁରମେଂଟ୍ ନିରୀକ୍ଷକଙ୍କୁ ନିଲମ୍ବିତ କରିବା ସହ ୨ଜଣ ପ୍ରକ୍ୟୁରମେଂଟ୍ ନିରୀକ୍ଷକଙ୍କ ବଦଳି କରିଥିଲା । ଏହା ସହ ଯୋଗାଣ ଅଧିକାରୀଙ୍କୁ କାହିଁକି ନିଲମ୍ବନ କରାଯିବ ନାହିଁ ସେନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ।

ସମ୍ବନ୍ଧିତ ଖବର