ଯାଜପୁର: ବେକରେ ଫାଶୀ ଲଗାଇ ଝିଆରୀର ଆତ୍ମହତ୍ୟା, ଦାଦା ଗୁରୁତର

ଯାଜପୁର : ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରି ଫାଣ୍ଡି ର ଜରି ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ବେକରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସମ୍ପର୍କୀୟ ଦାଦା- ଝିଆରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ଝିଆରୀଙ୍କର ମୃତ୍ୟୁ ଘଟିିଥିବା ବେଳେ ଯେଉଁ ରଶିରେ ଫାଶି ଲାଗାଇଥିଲେ ତାହା ଛିଡ଼ିଯିବାରୁ ତଳେ ପଡ଼ି ଦାଦା ଗୁରୁତର ଭାବେ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନୀର ମଲ୍ଲିକ ନାମକ ଜଣେ ଯୁବକ ଓ ତାଙ୍କ ଝିଆରି କୌଣସି କାରଣରୁ ନିଜ ଘର ଭିତରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନୀର ଘରର ବାଉଁଶ ଓରାରେ ଯେଉଁ ରଶିରେ ଫାଶୀ ଲଗାଇଥିଲେ ତାହା ଛିଡ଼ି ଯାଇଥିଲା।। ତେଣୁ ସେ ତଳେ ପଡ଼ି ଆହତ ହୋଇଥିଲେ। ଲୋକେ ଖବର ପାଇ ତାଙ୍କୁ ପୁଲିସରେ ଜିମା ଦେଇଥିବା ବେଳେ ଆର ଘରେ ତାଙ୍କ ଝିଆରିଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର