ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଷ୍ଟେସନପଡ଼ାର ମୁରଲୀ ବାଗ (୭୦ବର୍ଷ)ଙ୍କ ଘର ଓ ଦୋକାନରୁ ଗତ ୩ ତାରିଖ ରାତିରେ ଚୋରି ହୋଇଥିଲା। ନଗଦ ୧ଲକ୍ଷ ଟଙ୍କା, ସୁନା, ରୁପା ଓ ୨ଟି ମୋବାଇଲ ଫୋନ୍‌ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏହାର ତଦନ୍ତ କରି ଏହି ଚୋରିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଶ୍ରୀ ବାଗଙ୍କ ‌ପଡ଼ୋଶୀ ଘରର ଯୁବକ ରୋହନ ବନଛୋର (୧୮ବର୍ଷ)ଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଥିଲା।

Advertisment

କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇଦିଆଯାଇଛି। ଅଭିଯୁକ୍ତ ପାଖରୁ କେବଳ କାଗଜପତ୍ର ଓ ବାକ୍ସ ଜବତ କରାଯାଇଛି, ଅନ୍ୟ ଚୋରି ସାମଗ୍ରୀ ମିଳିନାହିଁ ବୋଲି ତଦନ୍ତକାରୀ ଏଏସ୍‌ଆଇ ଜଗଦୀଶ ମହାନନ୍ଦ ପ୍ରକାଶ କରିଛନ୍ତି।