ବିଜେପି ଛାଡି ଜେଏମଏମରେ ମିଶିଲେ ଡଃ ନେପଲ୍ ରଘୁ ମୁର୍ମୁଙ୍କ ସମେତ ଶତାଧିକ କର୍ମୀ

ରାଇରଙ୍ଗପୁର: ରାଇରଙ୍ଗପୁରଠାରେ ଜେଏମ୍ଏମ୍ ପକ୍ଷରୁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଜେଏମ୍ଏମର ଓଡିଶା ରାଜ୍ୟ ସଭାପତି ଅଂଜନୀ ସୋରେନ ସଭାପତିତ୍ୱ କରିଥିଲେ । ଏହି ଅବସରରେ ବିଜେପିର ବରିଷ୍ଠ ନେତା ତଥା ଅଲଚିକି ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଡଃ ନେପଲ୍ ରଘୁ ମୁର୍ମୁ ତାଙ୍କ ଶତାଧିକ ସମର୍ଥକଙ୍କ ସହିତ ଜେଏମ୍ଏମରେ ଯୋଗଦେଇଛନ୍ତି । ସେ ଜେଏମ୍ଏମ୍ ରେ ଯୋଗଦେବା ସମୟରେ ରାଜ୍ୟ ସଭାପତି ଶ୍ରୀମତୀ ସୋରେନଙ୍କୁ ଉପହାର ଭାବେ ଧନୁତୀର ପ୍ରଦାନ କରିଥିଲେ । ଏହି ଅବସରରେ ତାଙ୍କର ଶତାଧିକ ସମର୍ଥକ ମଧ୍ୟ ଜେଏମ୍ଏମ୍ ରେ ଯୋଗଦେଇଛନ୍ତି । ରାଜ୍ୟ ସଭାପତି ର୍ଶ୍ରୀମତୀ ସୋରେନ ସମସ୍ତଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ।

ଡଃ ମୁର୍ମୁ ପୂର୍ବରୁ ବିଜେପି ଦଳ ପକ୍ଷରୁ ମୟୁରଭଞ୍ଜ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ଡଃ ମୁର୍ମୁ ଜେଏମ୍ଏମରେ ଯୋଗଦେଇ ଆଦିବାସୀଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ କରିବେ ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ । ଉକ୍ତ ସମାବେଶରେ ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ୍ ନାଗ୍, ରାଜ୍ୟ ପ୍ରବ୍ୟକ୍ତା ସୁନିଲ୍ ମାଝୀ, ରାଜ୍ୟ କୋଷାଧକ୍ଷ ରଣଜିତ୍ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାଲୁ କିସ୍କୁ, ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା, ସମ୍ପାଦକ ଅବଦୁଲ୍ ମାନନ୍, ଜିଲ୍ଲା ପ୍ରବକ୍ତା ସନତତୋଷ କୁମାର ମୁର୍ମୁ, ଜିଲ୍ଲା ଛାତ୍ର ସଭାପତି ସସୁନାରାମ୍ ନାଏକ, ବାମନଘାଟୀ ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତ ଜକସନ, ଉପସଭାପତି ମହମ୍ମଦ ଜାହିଦ୍, ସମ୍ପାଦକ ସାଦିମାନ୍, ବିଜାତଳା ବ୍ଲକ୍ ସଭାପତି ବ୍ରଜମୋହନ ମୁର୍ମୁ, ରାଇରଙ୍ଗପୁର ବ୍ଲକ୍ ସଭାପତି ଭାଗବତ ମାଝୀଙ୍କ ସମେତ ଜେଏମଏମର ବହୁ କର୍ମୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର