ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳିତ

ଖୋର୍ଦ୍ଧା : ବ୍ରିଟିଶ ଶାସନରୁ ଭାରତକୁ ମୁକ୍ତ କରି ପ୍ରଥମ ଥର ବର୍ମା ଠାରୁ ଭାରତର ଉତ୍ତର-ପୂର୍ବାଂଚଳ ଓ ଆଣ୍ଡାମାନ ଦ୍ୱୀପପୁଂଜକୁ ସ୍ୱାଧୀନ ଘୋଷଣା କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଗତକାଲି ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନେତାଜୀଙ୍କ ସେହି ଅଦମ୍ୟ ବଳିଦାନ, ଦେଶପ୍ରେମ ଓ ସାହସକୁ ସ୍ମରଣ କରାଯାଇଛି ।

ଖୋର୍ଦ୍ଧା ପତଂଜଳୀ ଯୋଗପୀଠ ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସମାଜସେବୀ ଇତିଶ୍ରୀ ସାହୁ, ଦିଲିପ କୁମାର କର, ଜିଲ୍ଲା ପ୍ରଭାରୀ ସୀତାକାନ୍ତ ପଣ୍ଡା, ଯୋଗ ଶିକ୍ଷକ ଜ୍ୟୋତିରଂଜନ ସାହୁ, ପ୍ରମୋଦ ସାହୁ ପମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଖୋର୍ଦ୍ଧା ରକ୍ତଭଣ୍ଡାରର ଡାକ୍ତର ବର୍ଷା ବୈଶାଖୀ ପଣ୍ଡା, ଝାନ୍ସିରାଣୀ ପାତ୍ର, ଅରୁଣ କୁମାର ସାହୁ, ବିଚିସ୍ମିତା ପୁହାଣ ପ୍ରମୁଖ ରକ୍ତନମୁନା ପରୀକ୍ଷଣ ଓ ସଂଗ୍ରହ କରିଥିଲେ । ସେହିଭଳି ମାର୍ଗଦର୍ଶୀ ପତ୍ରିକା ପକ୍ଷରୁ ବରିଷ୍ଠ ସାମ୍ବାଦିକ ଉମାଶଙ୍କର ପ୍ରସାଦଙ୍କ ସଂଯୋଜନାରେ ପତ୍ରିକା କାର୍ଯ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗ ଦେଇ ନେତାଜୀଙ୍କ ଜୀବନୀକୁ ସ୍ମରଣ କରିଥିଲେ ।

ସମ୍ବନ୍ଧିତ ଖବର