ଜୟପୁର: ୧୫ଦିନ କାଳ ଅଣସର ଘରେ ରହିବା ପରେ ଆଜି ଚାରି ଠାକୁରଙ୍କ ନେତ୍ରଉତ୍ସବ ଓ ନବଯୌବନ ଦର୍ଶନ ସରିଛି। ପୂର୍ବ ପ୍ରଚଳିତ ପରମ୍ପରା ଓ ଜନଶ୍ରୃତି ଅନୁଯାୟୀ ଆସନ୍ତାକାଲି ମଧ୍ୟାହ୍ନରେ ଜୟପୁର ଜଗନ୍ନାଥ ମନ୍ଦିରରୁ ଚାରି ଠାକୁରଙ୍କୁ ଧାଡି ପହଣ୍ଡି କରି ରଜାନଅରସ୍ଥ ରଥଖଳାକୁ ଆଣି ରଥା ରୁଢ଼ କରାଯିବ। ଥରକ ଟାଣି ଚାରି ଠାକୁର ରଥ ଉପରେ ହିଁ ବିଜେ କରିବେ। ଅପରପକ୍ଷରେ ପୁରୁଣାଗଡ଼ ଓ ବାରିଣୀପୁଟରେ ଆସନ୍ତାକାଲି ହିଁ ପହଣ୍ଡି ସହ ରଥ ଟଣା ଯିବ। ରାଜରାଜୁଡା ଅମଳରୁ କିଛି ପରିବାର ସେବାୟତ ଭାବେ କାମ କରି ଆସୁଛନ୍ତି। ତାଙ୍କର ପୀଢ଼ି ପରେ ପୀଢ଼ି ଏହି ପରମ୍ପରାକୁ ବଜାୟ ରଖି ଆସିଛନ୍ତି।
ଏଠାକାର ବଡ଼ରଥ ଓ ସାନ ରଥର ନିର୍ମାଣ କାମ ବଂଶାନୁକ୍ରମିକ ଭାବେ ବଢ଼େଇ ଡମ୍ବୁରୁ କମାର ଓ ସହଯୋଗୀ ମାନେ କରି ଆସୁଥିବା କହିଛନ୍ତି ଦେବୋତ୍ତର ବିଭାଗର ବରିଷ୍ଠ କର୍ମଚାରୀ କୃଷ୍ଣ ଚନ୍ଦ୍ର ଦାଶ। ଡମ୍ବୁରୁ ଏହା ପୁରଣାଗଡ଼ ରଥର ନିର୍ମାଣ କାମର ମୁଖ୍ୟ ବୋଲି ବି ସୂଚନା ମିଳିଛି। ସେଭଳି ମନ୍ଦିରର ସାଜସଜ୍ଜା ସହ ଚାରି ଠାକୁରଙ୍କ ରଂଗ ଦେବା ସହ ଆଜିର ନେତ୍ର ଉତ୍ସବରେ ପ୍ରମୁଖ ଭୁମିକା ଚିତ୍ରକର ମନୋହର ମହାପାତ୍ରଙ୍କର ରହି ଆସିଛି। ସେଭଳି ସେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଓ ସହହଯୋଗୀ ମାନେ ରଥଯାତ୍ରା ଆସିଲେ ଦିନ ରାତି ଲାଗି ପଡ଼ନ୍ତି। ଦଧିହାଣ୍ଡି, ରାହୁମୁଣ୍ଡ ଆଦିଙ୍କୁ ଆଙ୍କିବା କାମ କରି ଆସୁଛନ୍ତି। ବଡ଼ ରଥ ଓ ଛୋଟ ରଥର ସଂପୁର୍ଣ୍ଣ ରଙ୍ଗ ଦେବା ଏବଂ ରଥକୁ ପୁରା ପ୍ରସ୍ତୁତି କରିବା ଦିଗରେ ଦୁର୍ଗା ପ୍ରସାଦ (ପିଲୁ) ଦାଶ ଓ ଚିତ୍ରକଳାକାର ହେମନ୍ତ ନାୟକଙ୍କର ରହିଛି। ଆଜି ସଂଧ୍ୟା ସୁଦ୍ଧା ରଥକୁ ଏମାନେ ପ୍ରସ୍ତୁତ କରି ସାରିଥିବା ଦେଖିବାକୁ ମିଳିଥିଲା।