ରାଇରଙ୍ଗପୁରରେ ଯୋଗଦେଲେ ନୂତନ ବିଡିଓ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ନୂତନ ବିଡିଓ ଭାବେ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ଯୋଗ ଦେଇଛନ୍ତି। ସେ ପୂର୍ବରୁ ସବଡେଗା ବ୍ଲକର ବିଡିଓ ଥିବା ବେଳେ ରାଇରଙ୍ଗପୁର ବିଡିଓ ସାଗର ଚନ୍ଦ୍ର ମୁର୍ମୁଙ୍କୁ ସବଡେଗା ବିଡିଓ ଭାବେ ସ୍ଥାନାନ୍ତର କରାଯାଇଛି। ରାଇରଙ୍ଗପୁରର ନୂତନ ବିଡିଓ ଶ୍ରୀମତୀ ପଣ୍ଡା ରାଇରଙ୍ଗପୁର ବ୍ଲକର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ସହିତ ଜନସାଧାରଣଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି କହିଛନ୍ତି।

Sambad

ଶୁକ୍ରବାର ବିଡିଓ ଭାବେ ଯୋଗଦେବା ପରେ ଶ୍ରୀମତୀ ପଣ୍ଡାଙ୍କୁ ବ୍ଲକ୍ ଅଧକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମ, ୪୫ ନଂ ଜିଲ୍ଲା ପରିଷଦ ସଭ୍ୟ ସଚ୍ଚିଦାନନ୍ଦ ମହାନ୍ତ, ୪୬ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଲିପିକା ମଣ୍ଡଳଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ମାନେ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର