କାରତଳୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଜୟପୁର: ସ୍ଥାନୀୟ ଶ୍ରୀରାମ ନଗରରେ ଥିବା ଗୋଟିଏ କାର (ୟୁପି ୩୨ଡିଏଚ-୩୧୧୫) ତଳୁ ଗୋଟିଏ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ସକାଳୁ ଏଭଳି ଶିଶୁର ମୃତଦେହ ପଢ଼ିଥିବା ସୂଚନା ପାଇ ଜୟପୁର ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତ ନବଜାତ ଶିଶୁର ମରଶରୀରକୁ ଜବତ କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା।

କିଏ, କାହିଁକି, କେଉଁ ପରିସ୍ଥିତିରେ ଏଭଳି ମୃତ ନବଜାତ ଶିଶୁକୁ କାର ତଳେ ଆଣି ପକାଇ ଯାଇଛି ତାହାର ତଦନ୍ତ ଜାରୀ ରହିଛି ବୋଲି କହିଛନ୍ତି ଏସଡିପିଓ ଅରୂପ ଅଭିଶେକ ବେହେରା। ଏହାକୁ ନେଇ ଏକ ଅପମୃତ ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି ଥାନା ଆଇଆଇସି ସଂଜୟ କୁମାର ମଣ୍ଡଳ।

ସମ୍ବନ୍ଧିତ ଖବର