ନବଜାତ ଶିଶୁପୁତ୍ରକୁ ଛାଡ଼ି ଚାଲିଗଲା ପରିବାର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଜନ୍ମ ଦେବା ପରେ ମା’ ଓ ଅନ୍ୟମାନେ ଛାଡ଼ି ଚାଲି ଯାଇଥିବା ସୂଚନା ମିଳିଛି। ଉଦ୍ଧାର ଶିଶୁକୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଛି। ଶିଶୁଟିର ଅବସ୍ଥା ସ୍ଥିର ରହିଛି। ବଲାଙ୍ଗୀର ଟାଉନ୍‌ ପୁଲିସ ଏସଂପର୍କରେ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପଟେ ସିଡବ୍ଲ୍ୟୁସିର ଅଧ୍ୟକ୍ଷ ସଞ୍ଜୟ ମିଶ୍ର ଉଦ୍ଧାର ନବଜାତ ଶିଶୁ ସୁସ୍ଥ ହେବା ପରେ ତାକୁ ସ୍ୱତନ୍ତ୍ର ପୋଷ୍ୟ ସଂସ୍ଥାରେ ନେଇ ରଖାଯିବ ବୋଲି କହିଛନ୍ତି ଶ୍ରୀ ମିଶ୍ର। ସେହିପରି ଶିଶୁକୁ ଜନ୍ମ ଦେଇଥିବା ମା’ ସଂପର୍କରେ ଡାକ୍ତରଖାନାରେ ଥିବା ତଥ୍ୟକୁ ଆଧାର କରି ତଦନ୍ତ ଜାରି ରହିଛି। ଶିଶୁଟିର ମା’ ଓ ପରିବାର ଲୋକଙ୍କୁ ଖୋଜି କାଢ଼ିବା ସହ କେଉଁ ପରିସ୍ଥିତିରେ ସେମାନେ ଶିଶୁଟିକୁ ଛାଡ଼ି ଚାଲିଗଲେ ତା’ର କାରଣ ଖୋଜାଯିବ ବୋଲି ଟାଉନ୍‌ ଆଇଆଇସି ଗୋକୁଳାନନ୍ଦ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର