ସୁବର୍ଣ୍ଣପୁର: ଡାକ୍ତରଖାନାରେ ଶିଶୁ ଅଦଳବଦଳ । ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଡାକ୍ତରଖାନାରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ, ସୋମବାର ଦିନ ଗଣ୍ଡପାଲି ଗାଁର ବିଶିକେଶନ ଝା’ଙ୍କ ପତ୍ନୀ ବିନିତା ପ୍ରସବ ପାଇଁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ସେହିଦିନ ବିନିତାଙ୍କ ଏକ ଶିଶୁପୁତ୍ର ଜନ୍ମ ହୋଇଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗର କର୍ମଚାରୀମାନେ ବିଶିକେଶନଙ୍କୁ କହିଥିଲେ । ପରେ କହିଲେ, ପୁଅ ନୁହେଁ ଝିଅଟିଏ ଜନ୍ମ ହୋଇଛି । ପ୍ରଥମେ ପୁଅ, ପରେ ଝିଅ ଜନ୍ମ ହୋଇଥିବା ନେଇ ସୂଚନାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବିଶିକେଶନ ଓ ବିନିତା । ଡାକ୍ତରଖାନାରେ ଶିଶୁ ଅଦଳବଦଳ କରାଯାଇଥିବା ଅଭିଯୋଗ କରିଛନ୍ତି ଶିଶୁର ବାପା-ମା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/New-Born-Baby-Changing-in-Hospital_Thumbnail.jpg)