ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ବଳଧିଆ ସୁଣ୍ଡିପଲ୍ଲି ଗାଁ ରାସ୍ତାକଡ଼ରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ରାସ୍ତାରେ ଯାଉଥିବା ଲୋକେ ନବଜାତ ଶିଶୁକନ୍ୟାର ମୃତଦେହ ଦେଖିବା ପରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।
ସୂଚନା ଅନୁସାରେ ସୁଣ୍ଡିପଲ୍ଲୀ ଠାରେ ନବଜାତ ଶିଶୁ ରାସ୍ତାକଡରେ ପଡିଥିବା ଦେଖି ଲୋକେ ତାଜୁବ ହୋଇ ଯାଇଥିଲେ । ଏହା ଜଣାପଡ଼ିବା ପରେ ଧୀରେ ସେଠାରେ ସ୍ଥାନୀୟ ଲୋକଙ୍କର ଗହଳି ଦେଖାଯାଇଥିଲା । ଏହା ପରେ ଲୋକେ ଘଟଣା ସଂପର୍କରେ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପୁଲିସ ଶିଶୁକନ୍ୟାର ମୃତହେଦ ଜବତ କରି ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ଓ ହସ୍ପିଟାଲର ‘ଏଫଏମ୍ଟି’କୁ ପଠାଇଛି । ଶବ ବ୍ୟବଛେଦ ପରେ ଶିଶୁକନ୍ୟାର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ।
ସମାଜ ପାଇଁ ଅମୂଲ୍ୟ ମନେକରି ସରକାର ଝିଅମାନଙ୍କ ପାଇଁ କାହିଁ କେତେ ଯୋଜନା କରୁଛନ୍ତି। ପୁଅମାନଙ୍କ ତୁଳନାରେ ଝିଅଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ପାଠ ପଢ଼ା ଠାରୁ ଆରମ୍ଭ କରି ବିବାହ ଓ ବିଧବା ପର୍ଯ୍ୟନ୍ତ ଯୋଜନା କରୁଛନ୍ତି। କିନ୍ତୁ ଏତିକିରେ ବି ସନ୍ତୁଷ୍ଟ ନ ହୋଇ ସମାଜରେ କିଛି ଶିଶୁ କନ୍ୟାକୁ ଅଲୋଡ଼ା ମନେ କରି ରାସ୍ତାକଡ଼ରେ ଗଡ଼ାଇ ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/child_getty.jpg)