ଝାରସୁଗୁଡ଼ା: ଆଉ କେଇ ଘଣ୍ଟାର ପ୍ରତୀକ୍ଷା। ଝାରସୁଗୁଡ଼ା ଜିଲ୍ଲାବାସୀ ପ୍ରଥମ ଥର ପାଇଁ ସ୍ଥାୟୀ ବସ୍ଷ୍ଟାଣ୍ଡ ପାଇବେ। ୨ ବର୍ଷ ହେବ ନିର୍ମାଣ ଶେଷ ପରେ ପଡ଼ି ରହିଥିବା ବାଲିଜୋରୀସ୍ଥିତ ନୂଆ ବସ୍ଷ୍ଟାଣ୍ଡର ଉଦ୍ଘାଟନ ହେବ। ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଶେଷ ହୋଇଛି।
ବସ୍ଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବାକୁ ଯାଉଥିବା ବିଭିନ୍ନ ସୁବିଧାର ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ବିଧାୟିକା ଦୀପାଳି ଦାସ ଓ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ବସ୍ଷ୍ଟାଣ୍ଡରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେପଟେ, ପରିଚାଳନାକାରୀ ସଂସ୍ଥା, ପରିବହନ ବିଭାଗ ଓ ଘରୋଇ ବସ୍ ମାଲିକ ସଂଘଙ୍କ ମଧ୍ୟରେ ବି ଆଜି ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଶେଷ ହୋଇଛି। ରବିବାର ସକାଳୁ ସମସ୍ତ ବସ୍ ଏହି ନୂଆ ବସ୍ଷ୍ଟାଣ୍ଡକୁ ଆସିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/27-5.jpg)