ମାଲକାନଗିରି : ଦାୟିତ୍ବ ନେଲେ ନୂତନ ପୌରାଧ୍ୟକ୍ଷ ମନୋଜ ବାରିକ

ମାଲକାନଗିରି : ମାଲକାନଗିରି ପୌର ପରିଷଦର ନୂତନ ପୌରାଧ୍ୟକ୍ଷ ମନୋଜ ବାରିକ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ଆଜି ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜେଡିର ଶତାଧିକ କର୍ମୀ ଏବଂ ନେତା ମଧ୍ୟ ଉପସ୍ଥିତ ଥିଲେ । ତେବେ ଆଜିର ମୁଖ୍ୟ ଆକର୍ଷଣ ଥିଲା ମନୋଜଙ୍କ କଂଗ୍ରେସ ପ୍ରତିଦ୍ବନ୍ଦୀ ଜି.ଶ୍ରୀନିବାସ ରାଓ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମନୋଜଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆଗକୁ ମନୋଜ ମାଲକାନଗିରି ପୌର ପରିଷଦର ଉନ୍ନତି କରିବେ ବୋଲି ଆଶା ପ୍ରକଟ କରିଥିଲେ । ଏଥିରେ ତାଂକୁ ସେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ତେବେ ଦୁଇ ପ୍ରତିଦ୍ବନ୍ଦୀ ନିଜର ହାରଜିତ ଭୁଲି ଏକତ୍ର ହୋଇ ପୌର ପରିଷଦର ଉନ୍ନତି କରିବା ନେଇ ମିଳିତ ଲଢେଇ କରିବେ ବୋଲି ଯେଉଁ ଉକ୍ତି ଏଠାରେ ପ୍ରତିପାଦିତ ହୋଇଥିଲା ସମସ୍ତେ ଖୁସି ଜାହିର କରିଥିଲେ । ମନୋଜ ଦାୟିତ୍ବ ନେବା ପରେ ପୌର ପରିଷଦରେ ରହିଥିବା ସମସ୍ତ ସମସ୍ୟାର ସମାଧାନ କରିବା ସହ କିପରି ଲୋକେ ଘରଡିହ ପଟ୍ଟା ପାଇବେ ସେନେଇ ବ୍ୟବସ୍ଥା କରିବେ ବୋଲି କହିଥିଲେ । ଏଥିସହ ନୂତନ ପାର୍କ,ଶ୍ମଶାନ,ଖେଳପଡିଆ ଇତ୍ୟାଦି ନିର୍ମାଣ କରିବେ ବୋଲି କହିଛନ୍ତି । ମାଲକାନଗିରି ପୌର ପରିଷଦର ସମସ୍ତ ଵାର୍ଡରେ ଯେପରି ପରିଷ୍କାର ପରିଚ୍ଛନ ରହିବ ସେନେଇ ସମସ୍ତ ବ୍ୟବସ୍ଥା କରିବେ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର