ଦେବଗଡ଼ : ନୂତନ କୋର୍ଟ କୋଠା ଉଦଘାଟିତ

ଦେବଗଡ଼: ଦେବଗଡ଼ ଜିଲ୍ଲାରେ ଆଜି ନୂତନ କୋର୍ଟ କୋଠା ଉଦଘାଟିତ ହୋଇଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସେକ ରଫିକ ଅହମ୍ମଦ ଭିଡିଓ କନଫରେସିଂ ମାଧ୍ୟମରେ ନୂତନ କୋର୍ଟ କୋଠାକୁ ଉଦଘାଟିତ କରିଥିଲେ ।

ଏହି ଅବସରରେ ଅନ୍ୟତମ ବିଚାରପତି ଜଷ୍ଟିସ ସାବିତ୍ରୀ ରଥ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓ ଦୌରାଜଜ ସୁଦୀପ୍ତ ଆଚାର୍ୟ୍ୟ, ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମାହାନ୍ତ, ଜିଲ୍ଲା ଓକିଲ ସଂଘର ଅନ୍ତରୀଣ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଗୁରୁ, ସମ୍ପାଦକ ସିଦ୍ଧେଶ୍ୱର ଗୁରୁ ଓ ରୁଦ୍ରମଣି ବେହେରା ପ୍ରମୁଖଙ୍କ ସମେତ ବହୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର