ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି

ବାରିପଦା :ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ସ୍ୱାସ୍ଥ୍ୟ ଗତ କାରଣରୁ ଛୁଟିରେ ଯାଇଛନ୍ତି । ଫଳରେ ତାଙ୍କ ସ୍ଥାନରେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରିଙ୍କୁ ଅତିରିକ୍ତ ଭାବେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ଗିରି ଗତକାଲି ବାରିପଦାରେ ପହଞ୍ଚି ଜିଲ୍ଲା ଶିକ୍ଷା ଅଧିକାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉକି, ରଞ୍ଜନ କୁମାର ଗିରି ପୂର୍ବରୁ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ଏଠାରୁ ଶ୍ରୀ ଗିରିଙ୍କର ସୁନ୍ଦରଗଡ଼ ଏବଂ ପରେ ବାଲେଶ୍ବରକୁ ବଦଳି ହୋଇଥିଲା।
ସମ୍ବନ୍ଧିତ ଖବର