ଭଞ୍ଜନଗର: ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘର ସାଙ୍ଗଠନିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅନୀଲ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର ଯୋଗ ଦେଇ ଭଞ୍ଜନଗର ଶାଖା ଗତ ଏକବର୍ଷ ମଧ୍ୟରେ ରକ୍ତଦାନ ଶିବିର ସହ ସାମ୍ବାଦିକଙ୍କ ସୁରକ୍ଷା, ଡାକ୍ତର ସମସ୍ୟାକୁ ନେଇ ଆନ୍ଦୋଳନ ଭଳି ବିଭିନ୍ନ ଲୋକଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନା କରିଥିଲା। ଏହି ପ୍ରୟାସକୁ ସାଧାରଣ ଲୋକେ ବହୁ ପ୍ରଶଂସା କରିଥିଲେ। ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତି କ୍ରମେ ଉପଦେଷ୍ଟା ଭାବେ ରବୀନ୍ଦ୍ର ପାତ୍ର ମନୋନିତ ହୋଇଥିଲେ।
ସେହିପରି ସଭାପତି ଭାବେ ପ୍ରଦୀପ କୁମାର ସ୍ୱାଇଁ, ଉପସଭାପତି ଅମରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ନଚିକେତା ପ୍ରଧାନ, ସହସମ୍ପାଦକ ଚିନ୍ମୟ ବେବର୍ତ୍ତା, କୋଷାଧ୍ୟକ୍ଷ ଗିରିସ ସାହୁ ଏବଂ ବ୍ଳକ ସଂଯୋଜକ ଭାବେ ପୁରୁଷୋତ୍ତମ ମହାପାତ୍ର ମନୋନୀତ ହୋଇଛନ୍ତି। ପୂର୍ବତନ ସଭାପତି ଜୟକୃଷ୍ଣ ପଟ୍ଟନାୟକ ଜିଲ୍ଲା କମିଟିକୁ ଚୟନ କରାଯାଇଥିବା ଜଣାପଡିଛି। ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ଶେଷରେ ପୂର୍ବତନ ସହ ସମ୍ପାଦକ ନିଲୁ ବିଷୋୟୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।