ନୂଆ ପୁଲିସ ଟାଉନ ଆଉଟପୋଷ୍ଟ ଉଦଘାଟିତ

ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁଲିସ ପକ୍ଷରୁ ନୂତନ ଆଉଟପୋଷ୍ଟ ଉଦଘାଟିତ ହୋଇଛି ।କଳାହାଣ୍ଡି ପୁଲିସ ଏସପି ବାତୁଲା ଗଙ୍ଗାଧର ଏହାକୁ ଉଦଘାଟନ କରିଥିଲେ । କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଜିଲ୍ଲା ସଦରମୁଖ୍ୟ ଡାକ୍ତରଖାନା ନିକଟରେ ଆଇନ ଶୃଙ୍ଖଳା ପରିଚାଳନା ନିମନ୍ତେ ଏହି ଆଉଟପୋଷ୍ଟ ଆରମ୍ଭ କରାଯାଇଛି। ଏହି ଉଦଘାଟନ ଉତ୍ସବରେ ଜିଲ୍ଲା ଅତିରିକ୍ତ ଏସପି ଗୋପୀନାଥ ମଣିପାତ୍ର, ଟାଉନ ଥାନା ପୁଲିସ ଆଇଆଇସି ସତ୍ୟପ୍ରକାଶ ନନ୍ଦ ଓ ବିଭିନ୍ନ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ  ।
ସମ୍ବନ୍ଧିତ ଖବର