କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଉପ-କୁଳପତିଭାବେ ଦାୟିତ୍ବ ନେଲେ ପ୍ରଫେସର କ୍ଷିତି ଭୂଷଣ ଦାସ

ଭୁବନେଶ୍ବର : ପ୍ରଫେସର କ୍ଷିତି ଭୂଷଣ ଦାସ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ (ସେଣ୍ଟ୍ରାଲ ୟୁନିଭର୍ସିଟି)ର ନୂଆ ଉପ-କୁଳପତି ନିଯୁକ୍ତ ହୋଇଛନ୍ତି । ସେ ସୋମବାରଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ କୁଳପତି ପ୍ରଫେସର ଆଇ.ରାମବ୍ରହ୍ମନ ପ୍ରଫେସର ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଯୋଗଦେବା ପୂର୍ବରୁ ପ୍ରଫେସର ଦାସ ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧି ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୁ)ର ଉପ-କୁଳପତି ଥିଲେ । ଅଧ୍ୟାପନା କ୍ଷେତ୍ରରେ ତାଙ୍କର ଦୀର୍ଘ ୩୮ ବର୍ଷର ଅଭିଜ୍ଞତା ଅଛି । ପୂର୍ବରୁ ସେ ଉତ୍କଳ ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗର ଡିନ୍ ଭାବେ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ଶିକ୍ଷା ଓ ଅନୁସଂଧାନ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି । ପ୍ରଫେସର ଦାସ ଉତ୍କଳ ବିଶ୍ବବିଦ୍ୟାଳୟରୁ ବାଣିଜ୍ୟରେ ପିଏଚଡି ଓ ଡିଲିଟ୍ ହାସଲ କରିଛନ୍ତି ।

ସମ୍ବନ୍ଧିତ ଖବର