ଏଲଜେପି ରାଜ୍ୟ କାର୍ଯ୍ୟକାରୀ ସଭାପତିଙ୍କୁ ନୂଆ ଦାୟିତ୍ୱ

ବାଲିପାଟଣା: ଲୋକ ଜନଶକ୍ତି ପାର୍ଟିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ମଲ୍ଲିକଙ୍କୁ ରାଷ୍ଟ୍ରବାଦୀ ଯୁବ କିଷାନ ସଂଗଠନ ତରଫରୁ ନୂଆ ଦାୟିତ୍ୱ ମିଳିଛି। ତାଙ୍କୁ ସଂଗଠନ ପକ୍ଷରୁ ରାଜ୍ୟ ଉପ-ସଭାପତି ଭାବେ ନିୟୁକ୍ତି ମିଳିଛି।

ସୂଚନାରୁଅନୁସାରେ, ଲୋକ ଜନଶକ୍ତି ପାର୍ଟି ବାଲିପାଟଣା ଦଳୀୟ କାର୍ଯ୍ୟାଳୟ ଠାରେ ଆଜି ଏକ ସଭାର ଆୟୋଜନ ହୋଇଥିଲା। ଏହି ସଭାରେ ରାଷ୍ଟ୍ରବାଦୀ ଯୁବ କିଷାନ ସଂଗଠନର ରାଜ୍ୟ ସଭାପତି ପ୍ରଦୀପ କୁମାର ଯୋଶୀ ଅଧ୍ୟ୍ୟକ୍ଷତା କରିଥିଲେ । ଉଭୟ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଶ୍ରୀ ମଲ୍ଲିକଙ୍କୁ ରାଜ୍ୟ କିଷାନ ସେଲ ଉପସଭାପତି ଦାୟିତ୍ୱ ମିଳବା ନେଇ ଶ୍ରୀ ଯୋଶୀ ସ୍ପଷ୍ଟ କରିଥିଲେ । ଆମ ରାଜ୍ୟର ଚାଷୀମାନେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ସେମାନଙ୍କ ଉତ୍ପାଦିତ ଶସ୍ୟର ସଠିକ ମୂଲ୍ୟ ପାଇପାରୁନାହାଁନ୍ତି। ସରକାରୀ ବିହନ ମିଳୁଛି ହେଲେ ସେ ସବୁ ଗଜା ହେଉନାହିଁ। ଫସଲରେ ପୋକ ଲାଗିଲେ ସରକାରୀ ଔଷଧ ମିଳୁଛି କିନ୍ତୁ ସେଥିରେ ପୋକ ମରୁ ନାହାଁନ୍ତି। ସରକାରଙ୍କ ତରଫରୁ ଗାଁଗହଳିର ଚାଷୀଙ୍କୁ ନୂତନ ଜ୍ଞାନ କୌଶଳ ଶିକ୍ଷା ମିଳୁନାହିଁ। ଅନ୍ୟ ରାଜ୍ୟରେ ଚାଷୀଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଅଥଚ ଆମ ରାଜ୍ୟରେ ଚାଷୀ ଅଲୋଡ଼ା ହୋଇ ରହୁଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟ ଶିକାର ହେଉଥିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳୁନାହିଁ। ଫଳରେ ଚାଷୀର ମେରୁଦଣ୍ଡ ଭାଙ୍ଗି ପଡୁଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଚାଷୀମାନଙ୍କ ସମସ୍ୟା ସମ୍ବନ୍ଧରେ ଅଗତ କରାଯିବ। ସମସ୍ତ ସରକାରୀ ସହାୟତା କିପରି ଯୋଡି ହେବେ ସେଥିପାଇଁ ସଂଗଠନ ସର୍ବଦା ଉଦ୍ୟମ କରିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜଗସିଂହପୁର ଜିଲ୍ଲା ସଭାପତି ରତ୍ନାକର ସ୍ୱାଇଁ, ଏଲଜେପି ବ୍ଲକ ସଭାପତି ଧୀରେନ୍ଦ୍ର ନାଥ ଭୋଇ, ଅନିତା ନାୟକ, ମଦନ ନାୟକ ପ୍ରମ୍ମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର

Comments are closed.