ଭଦ୍ରକରେ ନିରାଡମ୍ବରରେ ନୂଆବର୍ଷ; କରୋନା ଛଡାଇ ନେଲା ଖୁସି

ଭଦ୍ରକ: ସାରା ବିଶ୍ବ କରୋନା କବଳରେ କଲବଲ ହେଉଥିବା ବେଳେ ଲୋକଙ୍କର ଆର୍ଥିକ ମାନଦଣ୍ଡ ଦୁର୍ବଳ ହୋଇଛି। ଲୋକଙ୍କ ମନ ଭିତରେ ଥିବା କରୋନାର ଭୟ ସବୁ କିଛି ସୁଖ ଛଡାଇ ନେଇଛି। ଗତ ଦୁଇ ହଜାର କୋଡିଏ ମାର୍ଚ୍ଚ ଠାରୁ କରୋନା ସାରା ବିଶ୍ବକୁ କବଳିତ କରିଛି। କରୋନାରେ ମୃତ୍ୟୁର ଭୟ ପ୍ରତି ମୂହୁର୍ତ୍ତରେ ମଣିଷ ଜାତିକୁ ଆତଙ୍କିତ କରି ରଖିଛି। ଦଶ ମାସର ଗୃହ ବନ୍ଦୀ ଜୀବନ ଭିତରେ ବିତିଯାଇଛି କୋଟିଏ ମସିହା।ଏହା ଭିତରେ ପୁଣି ଆସିଛି ୨୦୨୧ନୂଆ ବର୍ଷ। କରୋନାର ଭୟ ଭିତରେ ମଣିଷ ପୁଣି ବଂଚିବା ପାଇଁ ସଂଗ୍ରାମ ଆରମ୍ଭ କରିଥିବା ବେଳେ ଗତକାଲିର ବିଦାୟ ବର୍ଷକୁ ନିରାଡମ୍ବର ଭାବେ ପାଳନ କରିଛି। କିର୍ଫ୍ୟୁର କଟକଣା ଭିତରେ ଜିରୋ ନାଇଟ୍ ପାଳନ କରାଯାଇଛି। କେଉଁଠି ସେମିତି ସାଙ୍ଗ ସାଥି ମେଳରେ ଭୋଜି ଭାତର ଆସର ନାହିଁ, ନାହିଁ ମଧ୍ୟ ହୋଟେଲ କିମ୍ବା ରେସ୍ତୋରାଁର ଭିଡ। ଗତକାଲିର ଜିରୋ ନାଇଟ୍ ଭଦ୍ରକରେ ଫିକା ପଡିଛି। ସମେସ୍ତ ନିଜ ନିଜ ଘରେ ନିରାଡମ୍ବର ଭାବେ କୋଡିଏ ମସିହାକୁ ବିଦାୟ ଦେଇଛନ୍ତି। ମୋବାଇଲ ମେସଜ୍ ରେ ମାଧ୍ୟରେ ଲୋକେ ଯେଭଳି ନୂଆ ବର୍ଷକୁ ରାତି ବାରଟା ପରେ ଉଇସ୍ କରିବା କରିବା କଥା। ଲୋକଙ୍କ ମନ ଭିତରେ ସେଭଳି ଖୁସୀର ମାହୋଲ ନଥିଲା। ଗତକାଲିର ନାଇଟ୍ କର୍ଫ୍ୟୁ ଆଜି ସକାଳ ୫ଟା ପର୍ୟ୍ୟନ୍ତ ବଳବତ୍ତର ରହିଥିଲା।

କର୍ଫ୍ୟୁର କଟକଣା ମାହୋଲକୁ ମଧ୍ୟ କେତେକାଂଶରେ ଫିକା ପକାଇଥିଲା। ଆଜି ସକାଳୁ ମଧ୍ୟ ନେତା ମନ୍ତ୍ରୀଙ୍କ ଘରକୁ କର୍ମୀମାନେ ଯେଭଳି ଉତ୍ସାହରେ ଦୌଡିବା କଥା ସେଭଳି ଉତ୍ସାହ କାହା ମନରେ ନଥିଲା। ଅଧିକାଂଶ ନେତା, ମନ୍ତ୍ରୀ, ଅଫିସର ନିରାଡମ୍ବର ଭାବେ ନୂଆ ବର୍ଷକୁ ମନାଇଥିବା ବେଳେ କର୍ମୀମାନେ ମଧ୍ୟ ଏଥର ନୂଆ ବର୍ଷ ନେତାଙ୍କ ଘରକୁ ଯାଇ ମନାଇବାର ଉତ୍ସାହ ପ୍ରକାଶ କରିନଥିଲେ। ପ୍ରତିବର୍ଷ ନୂଆ ବର୍ଷର ସକାଳୁ ସକାଳୁ ଫୁଲ ଓ ମିଠା ଦୋକାନରେ ଯେଭଳି ଗହଳି ଲାଗୁଥିଲା। ଏଥର ଭଦ୍ରକ ସହରରେ ସେଭଳି ଗହଳି ନଥିଲା। ଫୁଲ ଦୋକାନରେ ସଭଳି ବିକ୍ରୀ ହୋଇନଥିବା ବେଳେ ମିଠା ଦୋକାନରେ ମଧ୍ୟ ଭିଡ ନଥିଲା। କେବଳ ମାଛ ମାଂସ ଦୋକାନରେ ସକାଳୁ ସକାଳୁ ଭିଡ ରହିଥିଲା। ଗତକାଲି ରାତି କର୍ଫ୍ୟୁ ପାଇଁ ଅଧିକାଂଶ ସ୍ଥାନରେ ଭ‌ୋଜି ଭାତର ଆସର ବନ୍ଦ ରହିଥିବାରୁ ଆଜି ସକାଳୁ ଘରୋଇ ଭୋଜି ଭାତ ପାଇଁ ମାଛ ଦୋକାନରେ ଲୋକଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା।

ଲୋକେ ଭୋଜିଭାତ କରିଛନ୍ତି ସତ କିନ୍ତୁ କାହା ମନରେ ନୂଆ ବର୍ଷକୁ ନେଇ ସେମିତି ଖାସ୍ ସରାଗ ନଥିଲା ପରି ଲାଗୁଥିଲା। ଚାକିରି ଯାଇଛି। ସହର ଛାଡି ଅନେକ ଲୋକ ଗାଁରେ ମାସ ମାସ ଧରି ପିଲା ଛୁଆ ଧରି ରହିଛନ୍ତି। ରୋଜଗାରିଆ ପୁଅ ବହୂ ଏବେ ବୃଦ୍ଧ ବାପା ମାଆଙ୍କ ପାଇଁ ବୋଝ ‌ ହୋଇଛନ୍ତି। ଅନ୍ୟପଟରେ ପିଲାମାନଙ୍କର ପାଠ ପଢାରେ ଡୋରି ବନ୍ଦା ହୋଇଛି। ରୋଜଗାର ନାହିଁ। ଅଧିକ‌ାଂଶ ଲୋକଙ୍କ ପକେଟ୍ ଖାଲି। ଏଭଳି ଅଭାବ ପରିସ୍ଥିତିରେ ଲୋକେ କେଉଁ ଖୁସୀରେ ନୂଆ ବର୍ଷ ପାଳିବେ। ଯେଉଁମାନେ ବି ନୂଆ ବର୍ଷ ପାଳିଛନ୍ତି। ସେମାନେ ନୂଆ ବର୍ଷକୁ ନିରାଡମ୍ବର ଭାବେ ପାଳନ କରିଥିବା ବେଳେ ଅଧିକାଂଶ ଲୋକ ମନ୍ଦିରକୁ ଯାଇ ସକାଳୁ ସକାଳୁ କରୋନା ମହାମାରୀରୁ ସାରା ବିଶ୍ବବାସୀ ଉଦ୍ଧାର ପାଆନ୍ତୁ ବୋଲି ଧୂପ ଦ୍ବୀପ ଦେଇ ପୂଜା ଅର୍ଚ୍ଚନା କରିଥିଲେ। ଦୁଇ ହଜାର ଏକୋଇଶୀ ନୂଆ ବର୍ଷର ସବୁ ଖୁସୀ କରୋନା ନେଇଛି ଛଡେଇ।

ସମ୍ବନ୍ଧିତ ଖବର