ଏତେ ନିର୍ଦ୍ଦୟ, ନବଜାତ ଶିଶୁକନ୍ୟାକୁ ଜନ୍ଦାପୁମ୍ପୁଡ଼ି ମଳାରେ ଫିଙ୍ଗିଦେଇ ପଳାଇଲେ

କାମାକ୍ଷାନଗର: ଆଜି ସକାଳେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ହଦଗଡ଼ ଜଙ୍ଗଲ ନିକଟରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଜନ୍ଦାପିମ୍ପୁଡ଼ି କାମୁଡ଼ି ରକ୍ତାକ୍ତ କରିଦେଇଥିିବା ଏହି ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସିଦ୍ଧାନ୍ତ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଆଜି ସକାଳେ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ରାସ୍ତାକଡ଼ରେ ଏକ ମଣିଷ ଶିଶୁ ପଡ଼ି କାନ୍ଦୁଥିବା ଦେଖିଥିଲେ। ନିକଟରେ କେହି ନ ଥିବା ବେଳେ ନବଜାତ ଶିଶୁ କନ୍ୟାଟିକୁ କେହି ରାସ୍ତାକଡ଼ରେ ଫିଙ୍ଗିଦେଇ ପଳାଇ ଥିବାରୁ ତାକୁ ଜନ୍ଦାପିମ୍ପୁଡ଼ି ଘେରି ଯାଇଥିଲେ। ସଙ୍ଗେ ସଙ୍ଗେ ସିଦ୍ଧାନ୍ତ ଶିଶୁଟିକୁ ଜନ୍ଦାପିମ୍ପୁଡ଼ି ମଳାରୁ ଉଦ୍ଧାର କରିବା ସହିତ ଏହାକୁ ଧରି ଅଁଳାବେରେଣି ଡାକ୍ତରଖାନାକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ନବଜାତକଟିର ଚିକିତ୍ସା ଆରମ୍ଭ କରିଛନ୍ତି। ଜନ୍ଦା କାମୁଡ଼ି ଦେଇଥିବାରୁ ତାର ଅବସ୍ଥା ଭଲ ନାହିଁ। ତଥାପି ଶିଶୁଟିକୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧିତ ଖବର