ଯାଜପୁର:ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ସୋରେଇ ଗାଁର ଜଣେ ଯୁବକଙ୍କଙ୍କର ଗତି ତିନି ଦିନ ତଳେ ସନ୍ଦେହଜନକଭାବେ ମୃତ୍ୟୁ ଘଟିଥିଲା। ତେବେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଆଜି ମୃତ ଯୁବକଙ୍କ ପରିବାର ସହିତ ଗ୍ରାମବାସୀମାନେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଚଣ୍ଡିଖୋଲ -ଡୁବୁରି ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଗତ ୩ ତାରିଖ ଦିନ ଜେନାପୁର ଥାନା ସୋରେଇ ଗ୍ରାମର ଦୀପକ ଦଳେଇ(୨୬)ଙ୍କୁ ଗାଁର ଅନ୍ୟ ଦୁଇଜଣ ଯୁବକ ବାଲେଶ୍ୱର ଯିବା ପାଇଁ ଡାକି ସାଙ୍ଗରେ ନେଇଥିଲେ। ମାତ୍ର ୪ ତାରିଖ ଭୋର ଭୋରରୁ ଦୀପକଙ୍କ ମୃତ ଦେହ ପାଣିକୋଇଲି ଥାନା ଅଞ୍ଚଳରୁ ମିଳିଥିଲା । ତେବେ ଦୀପକଙ୍କର କୌଣସି ପରିଚୟ ପୁଲିସ ନ ପାଇ ଅଜଣା ମୃତଦେହ ଭାବେ ଏହାର ବ୍ୟବଛେଦ କରିଥିଲା। ପରେ ଦୀପକଙ୍କ ପୃାଣ୍ଟ ପକେଟରୁ ମିଳିଥିବା ଏକ ସିମ୍କାଡ଼ରୁ ତାଙ୍କ ପରିଚୟ ପାଇ ପୁଲସ ଦୀପକଙ୍କ ଘରଲୋକଙ୍କୁ ଡ଼ାକି ଥିଲା। ପ୍ରଥମ ଦିନ ମୃତଦେହ ନେଇ ନ ଥିବା ଦୀପକଙ୍କ ପରିବାର ଗତକାଲିି ସନ୍ଧ୍ୟାରେ ମୃତଦେହ ନେଇ ଗାଁରେ ପହଞ୍ଚିିଥିଲେ। ତେବେ ଦୀପକଙ୍କୁ ହତ୍ୟା କରାଯାଇଛିି ବୋଲିି ଅଭିଯୋଗ କରି ତାଙ୍କର ଯେଉଁ ଦୁଇଜଣ ସାଙ୍ଗ ବାଲେଶ୍ୱର ଯିବାକୁ ଦୀପକଙ୍କୁ ଡାକ ନେଇଥିଲେ, ସେମାନଙ୍କୁ ଗିରଫ କରିବା ଦାବିରେ ପରିବାର ଲୋକଙ୍କ ସହିତ ମିଶି ଗାଁ ଲୋକେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦେଳନକାରୀଙ୍କୁ ବୁଝାଶୁଝା କରୁଛି।