ଯାଜପୁର : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ର ଗୋବରଘାଟିଠାରେ ଥିବା ଆଦିବାସୀ ହରିଜନ ସେବାଶ୍ରମ ସ୍କୁଲ ହଷ୍ଟେଲରେ ପଶି ଟାଟା କମ୍ପାନିର ସୁରକ୍ଷା ଗାର୍ଡ଼ ଥିବା କେତେକ ସିଆଇଏସଏଫ ଯବାନ ଛାତ୍ରଛାତ୍ରୀମାନଙ୍କୁ ଗାଳିଗୁଲଜ କରି ମାଡ଼ ମାରିବା ଓ ପ୍ରତିବାଦ କରିବାରୁ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ମାଡ଼ ମାରି ସ୍କୁଲର ଆସବାବପତ୍ର ଭାଙ୍ଗି ଦେବା ପ୍ରତିବାଦରେ ଆଜି ଛାତ୍ରଛାତ୍ରୀମାନେ ଡ଼ୁବୁରୀ- ଚଣ୍ଡିଖୋଲ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରି ବସିଛନ୍ତି। ତୁରନ୍ତ ଅଭଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସେମାନେ ଜାତୀୟ ରାଜପଥ ଅବରୋଧରୁ ହଟିବେ ନାହିଁ ବୋଳି ଛାତ୍ରଛାତ୍ରୀମାନେ ଅଡ଼ି ବସିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp