ଯାଜପୁର: ଚାଷୀ ମୃତ୍ୟୁକୁ ନେଇ ରାସ୍ତା ରୋକ, ଯାତାୟତ ପ୍ରଭାବିତ

ଯାଜପୁର: ଧର୍ମଶାଳା ଥାନା ପଟୁଣିଆ ପଞ୍ଚାୟତ ଢିହ ନରସିଂହପୁର ଗ୍ରାମରେ ଜଣେ ଚାଷୀଙ୍କ ଆହ୍ମହତ୍ୟାକୁ ନେଇ ରାସ୍ତାରୋକ ହୋଇଥିବା ଜଣାଯାଇଛି। ଫଳରେ ୫୩ ନଂ ଜାତୀୟ ରାଜପଥ(ସୁକିନ୍ଦା-ପାରାଦ୍ଵୀପ)ରାସ୍ତାରେ ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣା ସ୍ଥଳରେ ଧର୍ମଶାଳା, ବଡଚଣା ଓ ବାଲିଚନ୍ଦ୍ରପୁର ପୁଲିସ ପହଞ୍ଚିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ ହଟାଇ ନାହାନ୍ତି।

ସୂଚନା ଅନୁସାରେ ଢିହ ନରସିଂହପୁର ଗ୍ରାମର ଚାଷୀ ସୁଶାନ୍ତ ଗନ୍ତାୟତ(୪୦) ଗତ ୧୨ ତାରିଖ ଦିନ ଋଣଭାର ସହି ନପାରି ଓ ଚାଷରେ କ୍ଷତି ଯୋଗୁ କୀଟାନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ପକ୍ଷରୁ ତାଙ୍କୁ କଟକ ମେଡିକାଲରେ ଚିକିତ୍ସିତ କରାଯାଉଥିବା ବଳେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଗ୍ରାମବାସୀମାନେ ମୃତଦେହକୁ ଶୋକଯାତ୍ରାରେ ଆଣିବା ପାଇଁ କଣ୍ଟିଗଡିଆ ଛକରେ ଏକତ୍ରିତ ହୋଇଥିଲେ କିନ୍ତୁ ଗ୍ରାମବାସୀଙ୍କ ଏକଜୁଟକୁ ଦେଖି ସ୍ଥାନୀୟ ପୁଲିସ ଆଗୁଆ ରାସ୍ତା ରୋକ ଭୟରେ କଟକ ମଙ୍ଗଳବାଗ ଥାନା ସହଯୋଗରେ ମୃତଦେହକୁ ଯାଜପୁରକୁ ନଛାଡି ଅଟକ ରଖିଥିଲେ।

ଏହି ଖବର ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳେ ଏସଡିପିଓ କେଦାରନାଥ ସାହୁ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ବେଳକୁ ରାସ୍ତା ରୋକ ଜାରି ରହିଥିଲା।

ସମ୍ବନ୍ଧିତ ଖବର