ଲକ୍ଷ୍ମୀପଣ୍ଡା ଛକର ରୁପରେଖ ପରିବର୍ତ୍ତନ ପାଇଁ ଏନଏଚର ସ୍ୱତନ୍ତ୍ର ଯୋଜନା

ଜୟପୁର: ଏନଏଚ ପକ୍ଷରୁ ଲକ୍ଷ୍ମୀପଣ୍ଡା ଛକର ସଂପୁର୍ଣ୍ଣ ରୁପରେଖ ପରିବର୍ତ୍ତନ କରାଯିବା ପାଇଁ ସ୍ବତନ୍ତ୍ର ଯୋଜନା କରାଯାଇଛି। ଗତ ଅଗଷ୍ଠ ୩୦ତାରିଖ ଦିନ ନେତାଜୀ ସୁବାଷ ବୋଷଙ୍କ ରାଣୀ ଲକ୍ଷ୍ମୀବାଇ ରେଂଜିମେଣ୍ଟର ସଦସ୍ୟା ଥିବା ସ୍ବାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମୀ ପଣ୍ଡାଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରାଯାଇଥିଲା। ୩୪ ଦିନ ପରେ ଆଜି ଏହି ଛକରେ ଥିବା ବିରାଟ ବରଗଛକୁ କଟାଯିବା ସହ ଏହା ତଳେ ଥିବା ଚା ଦୋକାନକୁ ବି ଉଠାଯାଇଛି। ଗଛ କଟାଯିବା ପରେ ରାସ୍ତାର ଉଭୟ ପାର୍ଶ୍ବରେ କିଛି ସମୟ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବି ବନ୍ଦ ରହିଥିଲା।

ସୂଚନାଯୋଗ୍ୟ, ବୋରିଗୁମ୍ମା-ଜୟପୁର ଜାତୀୟ ରାଜପଥକୁ ଲାଗି ରହିଥିବା ଜୟନଗର ଛକରେ ପୂଜ୍ୟ ପୂଜା ପାଇଁ ସ୍ବାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମୀ ପଣ୍ଡାଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା। ତେବେ ଛକଟି ଅଣଓସାରିଆ ଓ ବଙ୍କା ଥିବାରୁ ଏଠାରେ ବହୁବାର ଛୋଟ ବଡ଼ ଦୁର୍ଘଟଣା ହେଉଥିଲା। ଏପରିକି ଏହି ଛକରୁ କାଳିଆ ପେଟ୍ରୋଲପମ୍ପ ମଧ୍ୟକୁ ଏନଏଚ ପକ୍ଷରୁ ବ୍ଲାକ୍ ସ୍ପଟ ଭାବେ ବି ଚିହ୍ନଟ କରିଥିଲେ। ପୌରପାଳିକା ମଧ୍ୟ ସହରର ସୌନ୍ଦର୍ଯ୍ୟକରଣ କାମ ଜାରି ରଖିଛି।

ଅନ୍ୟ ପକ୍ଷରେ ଜାତୀୟ ରାଜପଥକୁ ଲାଗିକି ଏହି ପ୍ରତିମୂର୍ତ୍ତି ରହିଥିବାରୁ ଏହାକୁ ସ୍ଥାନାନ୍ତର କରାଯାଇଛି। ସେଭଳି ଏନଏଚ ପକ୍ଷରୁ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପରେ ଏହି ଛକକୁ ସ୍ବତନ୍ତ୍ର ଛକ କରିବାକୁ ଯୋଜନା କରାଯାଇଛି। ଏଠାରେ ଥିବା ଗଛ ଗୁଡ଼ିକୁ କାଟିବା ପାଇଁ ବନବିଭାଗ ଓ ଓଏଫଡିସି(ଓଡିଶା ବନ ଉନ୍ନୟନ ନିଗମ)କୁ ଏନଏଚ ପକ୍ଷରୁ ଚିଠି କରାଯାଇଥିଲା। ଓଏଫଡିସି ପକ୍ଷରୁ ଆଜି ଏହି ବର ଗଛ କାଟିବା ପରେ ଛକରେ ଜବରଦଖଲରେ ଏନଏଚ ଜମି ଉପରେ ଥିବା ଦୋକାନଗୁଡ଼ିକୁ ଉଛେଦ କରିବା ସହ ଛକର ରୁପରେଖରେ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ଏନଏଚ ଏସଡିଓ ବିନୋଦ ବଗର୍ତ୍ତୀ।

ସମ୍ବନ୍ଧିତ ଖବର