ସଂଗରୋଧ କେନ୍ଦ୍ରରେ ମୃତ୍ୟୁ ଘଟଣା: ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ଏନ୍‌ଏଚ୍‌ଆରସି

ବ୍ରହ୍ମପୁର: ଗତ ମେ ୮ ତାରିଖରେ ପୋଲସରା ବ୍ଲକ ଢୋଙ୍କାପଡ଼ା ସଂଗରୋଧ କେନ୍ଦ୍ରରେ ପ୍ରଫୁଲ୍ଲ ବେହେରାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ ଥଣ୍ଡା, କାଶ ସହ ଜ୍ୱର ହୋଇଥିଲା। ତାଙ୍କର ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା ପତ୍ନୀ ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ ନେଇ ପୁରୀର ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ଜାତୀୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କିରବା ପାଇଁ ଏନଏଚଆରସି ନିର୍ଦ୍ଦେଶ ସେଇଛନ୍ତି।। ପରବର୍ତ୍ତୀ ଶୁଣାଣୀ ଜୁଲାଇ ୧୨ରେ ଅଛି।

ସମ୍ବନ୍ଧିତ ଖବର