ବୌଦ୍ଧ: ଗତକାଲି ବିଳମ୍ବିତ ରାତିରେ କଟକରୁ ଖରିଆରରୋଡ୍‌ ସିନାପାଲି ଯାଉଥିବା ଏକ ଘରୋଇ ବସ ଭାରସାମ୍ୟ ହରାଇ ବୌଦ୍ଧ ଜିଲ୍ଲାରେ ଓଲଟି ପଡ଼ିବା ଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଖବରପାଇ ପୁଲିସ, ଦମକଳ ଓ ୧୦୮ଆମ୍ବୁଲାନ୍ସର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

Advertisment

publive-imageମିଳଥିିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କଟକରୁ ଖରିଆରରୋଡ୍‌ ଯାଉଥିିବା ଓ ଡ଼ି ୨୦ ସି ୯୮୭୭ ନମ୍ବର ବିଶିଷ୍ଟ ଜୟମାତାଦୀ- ମା ଶୈଳପୂତ୍ରୀ ନାମକ ଘରୋଇ ଯାତ୍ରୀବାହୀ ବସ ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଠିଡ଼ିକା ଜୋର ନିକଟରେ ରାତି ପ୍ରାୟ ୨ଟା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବସରେ ଚାପି ହୋଇ ଖରିଆର ରୋଡ୍‌ର ଶାରଦପ୍ରସନ୍ନ ବଲ୍ଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଦୁର୍ଘର୍ଟଣାରେ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି। ପୁଲିସ ଆହତମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି।