ରତ୍ନବେଦୀକୁ ଫେରିଲେ ମହାପ୍ରଭୁ, ଆସନ୍ତାକାଲି ଅପରାହ୍ନ ୨ଟା ସୁଦ୍ଧା ନୀଳଦ୍ରି ଅବଢ଼ା ବାହାରିବ

ପୁରୀ: ଶ୍ରୀମନ୍ଦିରକୁ ଗୋଟିପହଣ୍ଡିରେ ବାହୁଡି ରତ୍ନ ସିଂହାସନକୁ ମହାପ୍ରଭୁ ବିଜେ କରିଛନ୍ତି। ତେବେ ଆସନ୍ତାକାଲି ଚନ୍ଦ୍ରଗ୍ରହଣ ଥିବା ହେତୁ ଶୀଘ୍ର ସମସ୍ତ ନୀତି ସାରିବା ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା। ଆସନ୍ତା ମଙ୍ଗଳବାର ଅପରାହ୍ନ ୪ଟା ସୁଦ୍ଧା ନୀତି ସାରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ନୀଳଦ୍ରି ଅବଢ଼ା ବାହାରିବ।

ସମ୍ବନ୍ଧିତ ଖବର