ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରିର ‘ସମ୍ବାଦ’ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ନୀଳଗିରି ପୁଲିସ ନିର୍ଯାତନାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ନୀଳଗିରି ବନ୍ଦ କରାଯାଇଛି | ଥାନାଧିକାରୀ ‌ଦ୍ରୌପଦୀ ଦାସ ଏବଂ ତଦନ୍ତକାରୀ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ନିଲମ୍ବନ ସହ ଲୋକନାଥଙ୍କ ବିରୋଧରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ପାଇଁ ଦାବି କରାଯାଇଛି |

Advertisment

ସେହିପରି ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହୋଇଥିବା ଲୋକନାଥଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ ନୀଳଗିରି ବାସିନ୍ଦା ଦାବି କରିଥିବାବେଳେ ସୁସ୍ଥ ହେବା ପରେ ଲୋକନାଥଙ୍କୁ ଗତକାଲି ଜାମିନ ମିଳିଛି | ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୁଲିସ ନିର୍ଯାତନା ନେଇ ଦେଶ ସାରା ଚର୍ଚ୍ଚା ହୋଇଥିଲା ଓ ରାଜ୍ୟର ଶହ ଶହ ସାମ୍ବାଦିକ ଆନ୍ଦୋଳନକୁ ଓହ୍ଲାଥିଲେ |

ସଂପୃକ୍ତ ହାବିଲଦାର ଚିତ୍ତରଂଜନ ସିଂ’ଙ୍କୁ ନିଲମ୍ବନ କରାଯାଇଥିବାବେଳେ ଥାନାଧିକାରୀ ‌ଦ୍ରୌପଦୀ ଦାସ ଏବଂ ତଦନ୍ତକାରୀ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି |