ପୁଣି ଲଜ୍ୟା! ନୀଳଗିରିରେ ଆଦିବାସୀ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନୀଳଗିରି: ନୀଳଗିରି ଥାନା ଅଞ୍ଚଳରେ ଜଣେ ଆଦିବାସୀ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନାମ ବୁଦ୍ଧିଆ ସିଂ ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ନାବାଳିକାଙ୍କ ମା’ ପାଖ ସ୍କୁଲକୁ ରୋଷେଇ କରିବାକୁ ଯାଇଥିଲେ। ଘରେ ବାପା ବି କୌଣସି କାମରେ ବାହାରକୁ ଯାଇଥିଲେ। ଏଭଳି ପରିସ୍ଥିତିରେ ନାବାଳିକାଙ୍କ ଘରେ କେହି ନଥିବା ବେଳେ ପଡିଶାରେ ରହୁଥିବା ଜଣେ ବିବାହିତ ଯୁବକ ବୁଦ୍ଧିଆ ସିଂ ଏହାର ସୁଯୋଗ ନେଇଥିଲା। ଜୋରଜବରଦସ୍ତ ନାବାଳିକାଙ୍କ ଘର ଭିତରେ ପଶି ନାବାଳିକାଙ୍କୁ ଭୟଭୀତ କରି ଦୁଷ୍କର୍ମ କରିଥିଲା। ପୀଡିତା ଏହି କଥା ପରିବାରଲୋକଙ୍କୁ ଜଣାଇବା ପରେ ନାବାଳିକାର ପିତା ନୀଳଗିରି ଥାନାରେ ଏନେଇ ଅଭିଯୋଗ କରିଥିଲେ।

ପୀଡ଼ିତା ପିତାଙ୍କ ଅଭିଯୋଗ କ୍ରମେ ନୀଳଗିରି ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ଏହି ଦୁଷ୍କର୍ମ ଉଦ୍ୟମ ଘଟଣାରେ ସମ୍ପୃକ୍ତ ଥିବା ବୁଦ୍ଧିଆ ସିଂକୁ ପୁଲିସ ଗିରଫ କରିଛି ବୋଲି ନୀଳଗିରି ଥାନା ଅଧିକାରୀ ମୀନତି ବିଶ୍ୱାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର