ନୀଳଗିରି: ଅକ୍ଟୋବର ୧୧ରେ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ ସୋମବାର ବାଲେଶ୍ୱର ଜିଲ୍ଲା ନୀଳଗିରି ମହାବିଦ୍ୟାଳୟରେ ସୋମବାର ବୋମା ମାଡ଼ ହୋଇଛି। ଏହାକୁ ନେଇ କଲେଜରେ ସାଇନ୍ ଏ ଡାଏ ଘୋଷଣା କରାଯିବା ସହିତ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି କଲେଜ ଅଧ୍ୟକ୍ଷ। ନିର୍ବାଚନରେ ହାରିଯିବା ଭୟରେ କିଛି ଛାତ୍ରମାନେ ଏପରି କାମ କରିଥିବା ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ, କଲେଜରେ କ୍ଲାସ୍ ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ତିନିଟି ବୋମା ଫୁଟିଥିଲା। ଏହି ବୋମା ବିସ୍ଫୋରଣରେ କାହାରି କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି। ବୋମା ଫୁଟିବା ପରେ କ୍ୟାମ୍ପସ ପରିସରରେ ଭୟର ବାତାବରଣ ଖେଳି ଯାଇଥିଲା। ପିଲାମାନେ ଦୌଡ଼ାଦୌଡ଼ି ହୋଇ କ୍ଲାସ୍ ଛାଡ଼ି ପଳାଇ ଯାଇଥିଲେ।
ନୀଳଗିରି ଥାନା ପୁଲିସ କଲେଜରେ ପହଞ୍ଚି ଶୌଚାଳୟରୁ ଏକ ଅଫୁଟା ସୁତୁଲି ବୋମା ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୁରକ୍ଷା ଦୃଷ୍ଟିରେ ରଖି କଲେଜରେ ଏବେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/college-election-cancelled-after-bombs.jpg)