୬ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନ୍‌ସୁଗାର ଜବତ; ମହିଳା ସମେତ ୨ ଗିରଫ

୬ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନ୍‌ସୁଗାର ଜବତ; ମହିଳା ସମେତ ୨ ଗିରଫ

Sambad

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଦିନକୁ ଦିନ ଚୋରା ନିଶା କାରବାର ବଢ଼ିଚାଲିଛି। ପୁଲିସ ହାତରେ ପୁଣି ୨ଜଣ ମାଷ୍ଟରମାଇଣ୍ଡ ଧରାପଡ଼ିଛନ୍ତି। ବହୁ ଦିନ ହେବ ପୁଲିସର ନଜର ଏହି ୩ଜଣ ବେପାରୀଙ୍କ ଉପରେ ରହି ଆସୁଥିଲା। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଶନିବାର ମଧ୍ୟରାତ୍ରିରେ ନିମାପଡ଼ା ଆଇଆଇସି ଶଙ୍କର୍ଷଣ ଦଳାଇ ଓ ପୁରୀର ସ୍ପୋଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ମିଳିତ ଉଦ୍ୟମରେ ଏକ ଟିମ ନିମାପଡ଼ାସ୍ଥିତ ରେଞ୍ଚ ଶାସନରେ ଚଢ଼ଉ କରି ୩ଜଣ ଚୋରା ବେପାରୀଙ୍କ କାବୁ କରିଥିଲେ। ଏହି ତିନିଜଣ ହେଉଛନ୍ତି ଶାନ୍ତିଲତା ଜେନା ସହିତ ସେହି ଗ୍ରାମର କାହ୍ନା ଭୋଇ ଓ ଆଉ ଜଣେ ନାବାଳକ। ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ ରବିବାର ଏହି ସୂଚନା ଦେଇଛି। ସାମ୍ବାଦିକ ସମ୍ମିଳନୀରେ ନିମାପଡ଼ା ଏସଡିପିଓ ଦେବାଶିଷ ମିଶ୍ର ଓ ନିମାପଡ଼ା ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇ ଉପସ୍ଥିତ ଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe