ନିମାପଡ଼ା: ସ୍ଥାନୀୟ ବାରବାଟୀ ପଡ଼ିଆରେ ଚାଲିଥିବା ଟୁବୁଲି ସ୍ମାରକୀ ବାରବାଟୀ କପ୍ କ୍ରିକେଟ୍ ପ୍ରତିଯୋଗିତାର ରବିବାର ଫାଇନାଲ୍ରେ କଟକର ନିମପୁର ସ୍ପୋର୍ଟିଂ ଓ ଭୁବନେଶ୍ବରର ରାମେଶ୍ବର ମୁହାଁମୁହିଁ ହେବେ।
ଶନିବାର ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ରେ ରାମେଶ୍ବର ୬ ୱିକେଟ୍ରେ ସ୍କାନ୍ ସ୍ପୋର୍ଟିଂକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ଟସ୍ ଜିଣି ସ୍କାନ୍ ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ୨୭ ଓଭରରେ ୧୨୫ ରନ ସଂଗ୍ରହ କରିଥିଲା। ଅଭୟ ମଲ୍ଲିକ ୪୪ ରନ୍ ଏବଂ ସୈାମ୍ୟରଞ୍ଜନ ବିଶ୍ବାଳ ୩୫ ରନ୍ ସଂଗ୍ରହ କରିଥିଲେ।
ପ୍ରତିପକ୍ଷ ରାମେଶ୍ବର ସ୍ପୋର୍ଟିଂ ଦଳର ଦୀପକ ମଙ୍ଗରାଜ ୫ଟି ଏବଂ ବିଶ୍ବଜିତ ମଲ୍ଲିକ ୩ଟି ୱିକେଟ୍ ନେଇ ସ୍କାନ୍ ସ୍ପୋର୍ଟିଂର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୧୨୬ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ରାମେଶ୍ବର ସ୍ପୋର୍ଟିଂ ଦଳ ମଣିତେଜ ମହାନ୍ତିଙ୍କ ୩୧, ନିହାର ପଟ୍ଟନାୟକଙ୍କ ୩୮ ଓ ଜନ୍ମେଜୟ ମହାନ୍ତିଙ୍କ ୨୯ ରନ୍ ସହୟତାରେ ୪ ୱିକେଟ୍ ବିନିମୟରେ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା। ସତ୍ୟେନ୍ଦ୍ର ମୋହନ ମହାନ୍ତି ଏବଂ ତାପସ ଦାସ ମ୍ୟାଚ୍ ପରିଚାଳନା କରିଥିଲେ।