ପୁରୀ: କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମାର୍କେଟଛକରେ ହଣାକଟା ମାମଲାରେ ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖ‌ଗେଶ୍ବର ସାହୁ ଓରଫ ପୁପୁନା (୩୫), ସୁନୀଲ ଦାସ (୨୩),  ହୃଷିକେଶ ପଣ୍ତା ଓରଫ ବାପୁ (୨୮), ସମୀର ଦାସ ଓରଫ ଜୁଏଲ (୨୮), ରବି ନାରାୟଣ ପାତ୍ର (୩୦), ଭୀମସେନ ବରା‌‌ଳ ଓରଫ ପପୁ (୨୪), ଗୋପାଳ ମୁନି ଓରଫ ମିଟୁ (୩୮),  ଛବି ପ୍ରଧାନ (୨୪) ଓ ତ୍ରିଲୋଚନ ବେ‌ହେରା ଓରଫ ଟୁଲୁ (୨୪)। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ତିନୋଟି ମୋବାଲ ଫୋନ ଓ ଖଣ୍ତା ଜବତ କରିଛି।

Advertisment

ସାମ୍ବାଦିକ ସମ୍ମିଳନୀରେ ଏଏସ୍‌ପି ମିହିର ପଣ୍ଡା କହିଛନ୍ତି, ମାର୍କେଟ ଛକରେ ହୋଇଥିବା ହଣାକଟା ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ସମ୍ପୂର୍ଣ୍ଣ ମାମଲାରେ ଗୋଟିଏ ପକ୍ଷର ୩ ଜଣ ଓ ଅନ୍ୟପକ୍ଷର ୬ ଜଣଙ୍କୁ ମିଶାଇ ସମୁଦାୟ ୯ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ପୁଲିସ ପକ୍ଷରୁ ସୂଚନା ରହିଛି। ପୂର୍ବ ଶତ୍ରୁତାରୁ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିବା ସୂଚନା ରହିଥିବାବେ‌ଳେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଶ୍ରୀ ପଣ୍ଡା କହିଛନ୍ତି, ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା ପଞ୍ଚୁଛଉଁରାର ଖ‌ଗେଶ୍ବର ସାହୁ, ଚୁଡ଼ାଙ୍ଗସାହିର ସୁନୀଲ ଦାସ, ଦଇତାପଡ଼ାସାହିର ହୃଷୀକେଶ ପଣ୍ତା, ଦୋଳବେଦିପଡ଼ାର ସମୀର ଦାସ, ଚୁଡ଼ାଙ୍ଗସାହିର ରବି ନାରାୟଣ ପାତ୍ର, କଣ୍ଟପୁରର ଭୀମସେନ ବରା‌‌ଳ, ଉପରମାଳିସାହିର ଗୋପାଳ ମୁନି, କଣ୍ଟପୁରର ଛବି ପ୍ରଧାନ, ଖଡ଼ିପଦାର ତ୍ରିଲୋଚନ ବେ‌ହେରା। ଅଭିଯୁକ୍ତଙ୍କ ଠାରୁ ତିନୋଟି ମୋବାଲ ଫୋନ ଓ ଖଣ୍ତା ଜବତ କରି କୋର୍ଟ ଚାଲାଣ କରିଛି ପୁଲିସ।

ଏଏସ୍‌ପି ମିହିର ପଣ୍ଡା କହିଛନ୍ତି, ତାଳବଣିଆ ଥାନା ପୁଲିସ ଅନ୍ୟ ଏକ ମାମଲାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଦୁଇଟି ଖଣ୍ତା ଓ ରଡ଼ ଜବତ କରିଛି। ଅଭିଯୁକ୍ତମାନେ ପୁରୀ ଜିଲ୍ଲା ପିକେଆରଆଇଟି କଲୋନି ଅଞ୍ଚଳର ପିଣ୍ଟୁ ଥାପା, ଟିକରପଡ଼ା ଅଞ୍ଚଳର ମନୋଜ କୁମାର ପ୍ରଧାନ ଓରଫ ବୁବୁଲା, ମଧୁବନ ଅଞ୍ଚଳର ସମ୍ବିତ ରଞ୍ଜନ ବେହେରା ଓରଫ ଚୁଇଁ, ସର୍ବୋଦୟ ନଗର ଅଞ୍ଚଳର ମୁକ୍ତାମଣୀ ରଣାସିଂହ, ଜଗନ୍ନାଥ ବଲ୍ଲଭ ଅଞ୍ଚଳର ବିରଞ୍ଚି ମହାପାତ୍ର।