ବୌଦ୍ଧ: ୯ ମାସର ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ

ବୌଦ୍ଧ: ମନମୁଣ୍ଡା ଥାନା ରକ୍ସା ଗ୍ରାମରେ ଜଣେ ଆସନ୍ନ ପ୍ରସବା ୯ ମାସର ଗର୍ଭବତୀ ସ୍ତ୍ରୀକୁ ତା’ର ସ୍ୱାମୀ ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରକ୍ସା ଗ୍ରାମର କବିତା ମେହେର ଆଜି ସକାଳୁ ମରିପଡିଥିବା ତାଙ୍କ ପରିବାର ଲୋକେ ଦେଖିବାକୁ ପାଇଥିଲେ । କବିତାକୁ ଶ୍ୱଶୁର ଘର ଲୋକେ ଯୌତୁକ ନିର୍ଯାତନା ଦେଇଥିବାରୁ ଝିଅ କବିତା ଓ ଜ୍ୱାଇଁ ବଳରାମ ମେହେରକୁ କବିତାର ବାପା ଆଣି କିଛି ମାସ ହେଲା ନିଜ ଗ୍ରାମ ରକ୍ସାରେ ରଖିଥିଲେ । ୯ ମାସର ଗର୍ଭବତୀ ଥିବା କବିତାର ମୃତଦେହ ଆଜି ସକାଳୁ ଦେଖିବା ପରେ ଜ୍ୱାଇଁ ବଳରାମ ତାକୁ ମାରିଦେଇଥିବା ମନମୁଣ୍ଡା ଥାନାରେ କବିତାର ବାପା ଅଭିଯୋଗ କରିଥିଲେ । ଜ୍ୱାଇଁ ବଳରାମ ଘରେ ନଥିଲା ଓ କୁଆଡେ ଫେରାର ହୋଇଯାଇଥିବାରୁ ସେ ହିଁ କବିତାକୁ ମାରିଥିବା ସେ ଅଭିଯୋଗ କରିଛନ୍ତି । ମନମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର