ମୋବାଇଲ୍‌ ଫୋନ୍‌ ଦେଖିବାକୁ ମା’ ମନା କରିଦେବାରୁ ନବମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କଲା

ଭଦ୍ରକ: ମୋବାଇଲ୍‌ ଫୋନ୍‌ ଦେଖିବାକୁ ମା’ ମନା କରିଦେବାରୁ ନବମଶ୍ରେଣୀର ଜଣେ ଛାତ୍ର ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାଣିଡ଼ିହି ଥାନା ଅନ୍ତର୍ଗତ ବାଲିମେଦ ପଞ୍ଚାୟତ ପୁରୋଷତ୍ତମପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ହୋଇଛି। ମୃତ ଛାତ୍ରର ନାମ ଦୀପଙ୍କର ନାୟକ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ପୁରୋଷତ୍ତମପୁର ଗ୍ରାମର ବସନ୍ତ କୁମାର ନାୟକଙ୍କ ପୁତ୍ର ଦେବଙ୍କର ନାୟକ (୧୪) ଆଜି ମୋବାଇଲ ନମିଳିବାରୁ ମାନସିକ ଭାରସାମ୍ୟ ହରାଇ ଥିଲା। ସେ ନିଜ ଘରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ଘର ଲୋକ ଏହା ଦେଖିବା କ୍ଷଣି ତାଙ୍କୁ ତୁରନ୍ତ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଦେବଙ୍କରକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦେବଙ୍କର ଭି.ଏସ୍‌ ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଥିଲା। ଦେବଙ୍କରଙ୍କ ମୃତ୍ୟୁ ଘଟଣା ପ୍ରଘଟ ହେବାପରେ ପୁରଷୋତ୍ତମପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର