ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟା ବଡ଼ସାହି ବ୍ଲକ କଇଁଫୁଲିଆ ଗ୍ରାମର ଦିଲ୍ଲୀପ ମହାନ୍ତଙ୍କ ପୁଅ ନିର୍ମଳ ବେତନଟୀ ମହାବିଦ୍ୟାଳୟରେ ୨୦୧୯ ମସିହାରେ ଯୁକ୍ତତିନି ପ୍ରଥମ ବର୍ଷ ଛାତ୍ର ହିସାବରେ ନାମ ଲେଖାଇଥିଲେ। ତେବେ କରୋନା ପାଇଁ ପରବର୍ତ୍ତୀ ୨ ବର୍ଷରେ ସେ କିଛି ବିଷୟର ପରୀକ୍ଷା ଦେବାରେ ସମସ୍ୟା ହୋଇଥିଲା। ତେବେ ୨୦୨୨ ମସିହା ସୁଦ୍ଧା ସେ ସବୁ ବିଷୟର ପରୀକ୍ଷା ଦେଇ ସାରିଥିଲେ ବି ବିଶ୍ଵବିଦ୍ୟାଳୟରୁ ଚଳିତବର୍ଷ ପାଇଥିବା ଚୂଡ଼ାନ୍ତ ସାର୍ଟିଫିକେଟ୍ରେ ଦୁଇଟି ସେମିଷ୍ଟର ପରୀକ୍ଷାରେ ଫେଲ୍ ବୋଲି ଉଲ୍ଲେଖ ଅଛି। ସେ ଉକ୍ତ ୨ ସେମିଷ୍ଟାର ପରୀକ୍ଷା ଦେଇଥିଲେ ବି ସାଇକୋଲଜି ବିଭାଗର ପ୍ରାକ୍ଟିକାଲ ନମ୍ବର ଉଠିନଥିବାରୁ ଏ ସମସ୍ୟା ହୋଇଛି।
ଫଳରେ ଏହି ଛାତ୍ର ଜଣକ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏ ବିଷୟରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କିଛି ଫଳ ହେଉନି। ଏ ସମ୍ପର୍କରେ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଅଧ୍ୟାପକ ଉମାକାନ୍ତ ନାୟକଙ୍କୁ ପଚାରିବାରୁ ସେ କହିଲେ, ଆମେ ପ୍ରାକ୍ଟିକାଲ୍ ପରୀକ୍ଷାର ନମ୍ବର ପଠାଇଥିଲୁ। ତେବେ କମ୍ପ୍ୟୁଟରଗତ ତ୍ରୁଟି ପାଇଁ ଏଭଳି ସମସ୍ୟା ହୋଇଛି। ଖୁବ୍ଶୀଘ୍ର ଏହାର ସମାଧାନ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/IMG-20230821-WA0009.jpg)