ନିଶ୍ଚିନ୍ତକୋଇଲି ମେଲୋଡିରେ ଗୁଳିକାଣ୍ଡ ଘଟଣା: ଆଉ ଜଣେ ଯୁବକଙ୍କ ମୃତ୍ୟୁ, କଟକ- ଚାନ୍ଦବାଲି ରାସ୍ତା ଅବରୋଧ

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ଗତକାଲି ରାତି ୧୨ଟାରେ ଗୁଳିମାଡ଼ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ଲଗଶି ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଥିବା ବେଳେ ଅନ୍ୟ ୨ ଜଣ ଯୁବକ କଟକ ବଡ ଡାକ୍ତରଖାନାଚିକିତ୍ସିତ ହେଉଛନ୍ତି। ଗୁଳିମାଡ଼ରେ ମୃତ୍ୟୁବରଣ କରିଥିବା ଯୁବକମାନଙ୍କୁ ଉପଯୁକ୍ତ କ୍ଷତିପୂଣର ଓ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯୃାନୁଷ୍ଠାନ ଦାବିରେ ଆଜିସକାଳ ୯ଟାରୁ କଟକ- ଚାନ୍ଦବାଲି ରାଜ୍ୟ ରାଜପଥର କଟିକଟା-ମଧୁବନ ନିକଟରେ ରାସ୍ତାରୋକ କରିଛନ୍ତି। ପୁଲିସ ଘଟରାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ୋକଙ୍କୁ ବୁଝାଶୁଝା କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, କଟିକଟା ମହୋତ୍ସବ ସହ କାର୍ତ୍ତିକେଶ୍ୱର ମେଲୋଡି ଦେଖିବାକୁ ମାହାଙ୍ଗା ଥାନା ଭରତପଡ଼ା ଗ୍ରାମର ଅବୁ ବକ୍କର , କଟିକଟାର ଉତ୍ତମ ଦାସ, ନିତ୍ୟାନନ୍ଦ ମଲିିକ ଏବଂ ବୁବୁ ମଲିିକ ଆସିଥିଲେ। ଏମାନଙ୍କ ସହ ବାଇକରେ ଆସିଥିବା ଅନ୍ୟ ଦୁଇ ଜଣଙ୍କର ମୁଖ୍ୟ ରାସ୍ତାରେ ବଚସା ହୋଇଥିଲା। ଉଭୟପକ୍ଷ ଠେଲାପେଲା ହୋଇଥିବା ହୋଇଥିବାବେଳେ ବାଇକରେ ଆସିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ମାଉଜର କାଢି ପାଖାପାଖି ୬ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଅବୁ ବକ୍କର ପଲ୍‌ସର ବାଇକ ଛାଡି ତଳେ ପଡି ଯାଇଥିଲେ। ତାଙ୍କ ମୁଣ୍ଡରେ ଗୁଳି ବାଜି ଥିବା ବେଳେ ଅନ୍ୟମାନଙ୍କ ହାତ, ଗୋଡ ଓ ଛାତିରେ ଗୁଳି ବାଜିଥିଲା। ୪ ଜଣଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା।ତେବେ କଟକରେ ପହଞ୍ଚିବା ପୂର୍ବରୁ ଅବୁ ବକ୍କରଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୩ ଜଣଙ୍କ ମଧ୍ୟରୁ ନିତ୍ୟାନନ୍ଦ ମଲ୍ଲିକଙ୍କର ମୃତ୍ୟୁ ଘଟିଛି। ନିତ୍ୟାନନ୍ଦଙ୍କ ମୃତ୍ୟୁ ଖବର ଗ୍ରାମରେ ପହଞ୍ଚିବା ପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ରାସ୍ତାରୋକ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର