ପିପିଲି ବ୍ଲକର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଅନୁଧ୍ୟାନ କଲେ ନୀତି ଆୟୋଗର ଉପାଧ୍ୟକ୍ଷ

ପୁରୀ: ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ ଓ ଅନ୍ୟାନ୍ୟ ସଦସ୍ୟମାନେ ପିପିଲି ବ୍ଲକର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଅନୁଧ୍ୟାନ କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ଉପାଧ୍ୟକ୍ଷ ଓ ସଦସ୍ୟମାନେ ପିପିଲି ବ୍ଲକରେ ପହଞ୍ଚିବା ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ପରେ ବ୍ଲକ ପରିସରରେ ଥିବା ମିଶନ ଶକ୍ତି ଅଧୀନରେ ପରିଚାଳିତ ମାତୃ ଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କାଫେକୁ ସଦସ୍ୟମାନେ ପରିଦର୍ଶନ କରିଥିଲେ।

ପରେ ପରେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପାଣିଦୋଳ ପଚାଂୟତର ମଠସାହି ଅଗଂନବାଡି କେନ୍ଦ୍ର ଓ ସୁବିଧା କେନ୍ଦ୍ର, ୫ ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତକରଣରେ ସାମିଲ ହୋଇଥିବା ଜବାହର ବିଦ୍ୟାପୀଠ ଓ ଜଗନ୍ନାଥପୁର ପଚାଂୟତ ଅଧୀନରେ ଥିବା ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ରକୁ ଉପାଧ୍ୟକ୍ଷ ଓ ସଦସ୍ୟମାନେ ପରିଦର୍ଶନ, ଅନୁଧ୍ୟାନ କରିବା ସହ ହିତାଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ଆୟୋଗର ସଦସ୍ୟ ଡଃ ବିନୋଦ କୁମାର ପାଓଲ,ନୀତି ଆୟୋଗର ନିର୍ଦ୍ଦେଶକ ସୁବ୍ରତା ପ୍ରକାଶ, ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ଅମିତ ବର୍ମା, ବରିଷ୍ଠ ବିଶେଷଜ୍ଞ ରୂପେଶ ସିଂ ଓ ପି ଶଙ୍କର ଉପସ୍ଥିତ ଥିଲେ।

ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସେକ୍ରେଟାରୀ ଭାସ୍କର ଜ୍ୟୋତି ଶର୍ମା,ମିଶନ ଶକ୍ତି ନିର୍ଦ୍ଦେଶକ ମାନ୍ସି ନିମଭାଲ, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ପିପିଲି ବିଡ଼ିଓ ରଶ୍ମିତା ନାଥ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇ ନୀତି ଆୟୋଗର ଉପାଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର