ଅନୁଗୁଳ: ଅନୁଗୁଳସ୍ଥିତ ନାଲ୍କୋ ଷ୍ଟେଟବ୍ୟାଙ୍କ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହେବା ସହିତ ୫ରୁ ୬ଟି ଦୁଇ ଚକିଆଗାଡ଼ି ଭାଙ୍ଗିରୁଜି ଚୁରମାର ହୋଇଯାଇଛି।
/sambad/media/post_attachments/wp-content/uploads/2017/10/final_bstSnapshot_843441.jpg)
ସୂଚନାଯୋଗ୍ୟ, ନାଲ୍କୋ ଷ୍ଟେଟବ୍ୟାଙ୍କ ଛକ ନିକଟ ଦେଇ ସୋମବାର ଅପରାହ୍ନରେ କଟକ ଅଭିମୁଖେ ଯାଉଥିବା ବୋଲେରୋ (ଓଡି-୦୫ ଏଲ୍୭୧୭୭)ର ଚାଳକ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ । ଚାଳକ ଅତ୍ୟାଧିକ ମଦ୍ୟପାନ କରିଥିବାରୁ ଗାଡ଼ିର ଭାରସାମ୍ୟ ରକ୍ଷା କରିପାରି ଅନିୟନ୍ତ୍ରିତ .ହୋଇ ୧୦୦ ମିଟର ମାଡ଼ି ଯାଇଥିଲା। ଶେଷରେ ଗାଡ଼ିଟି ଷ୍ଟେଟବ୍ୟାଙ୍କ ଛକ ନିକଟରେ ଥିବା ଏକ ଜଳଖିଆ ଦୋକାନ ଉପରକୁ ମାଡି ଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଥିବା ୩ରୁ ୪ଜଣ ଗୁରୁତର ହେବା ସହିତ ସ୍ଥାନୀୟଲୋକଙ୍କ ମାଡରେ ବୋଲେରୋ ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/final_bstSnapshot_200541.jpg)