ଲାଞ୍ଜିଗଡ଼: ଆମ୍ବୁଲାନ୍ସ ମିଳିଲାନି। ଘରୋଇ ଆମ୍ବୁଲାନ୍ସ ପାଇଁ ହାତରେ ଟଙ୍କା ନ ଥିଲା। ଶେଷରେ ମୃତଦେହକୁ ଡାକ୍ତରଖାନାରୁ ବାଇକ୍‌ରେ ବୋହିନେଲେ ପରିଜନ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। 

Advertisment

ସୂଚନାଅନୁସାରେ, ଲାଞ୍ଜିଗଡ଼ ବ୍ଲକ୍‌ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ପୁନିଗୁଡ଼ା ଗାଁର ନନ୍ଦ ମାଝୀଙ୍କ ୧୨ ବର୍ଷ ବୟସ୍କା ଝିଅ ରୋଗାକ୍ରାନ୍ତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କ ମୃତ୍ୟୁ ହୋଇଥିଲା।

ମୃତଦେହକୁ ଘରକୁ ନେବା ପାଇଁ ପରିଜନମାନେ ଆମ୍ବୁଲାନ୍ସ ଖୋଜାଖୋଜି କରିଥିଲେ। ହେଲେ ଆମ୍ବୁଲାନ୍ସ ମିଳି ନ ଥିଲା। ପୁଣି ଅର୍ଥାଭାବ ଯୋଗୁଁ ବେସରକାରୀ ଆମ୍ବୁଲାନ୍ସ ବା କୌଣସି ଯାନବାହନ ବି ଯୋଗାଡ଼ କରିପାରି ନ ଥିଲେ। 

ଅଧିକ ପଢ଼ନ୍ତୁୂ: ଲୁଟ୍‌ ପାଇଁ ଘରେ ପଶିଥିଲେ ୭ ନକଲି ପୁଲିସ: ଖସିଗଲେ ୪, ଛେଚା ଖାଇଲେ ୩ ଜଣ

ଶେଷରେ ନିଜ ବାଇକ୍‌ ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ପ୍ରାୟ ୧୨ କିଲୋମିଟର ଝିଅର ମୃତଦେହକୁ ଘରକୁ ଆଣିଥିଲେ। ଏହାକୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ସରକାରୀ ସ୍ବାସ୍ଥ୍ୟସେବା ପ୍ରତି ଅସନ୍ତୋଷ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁୂ: ସୀମା ଲଂଘିଲା ବିଜେପି ଯୁବନେତା ଓ ଭାଇଙ୍କ ଦାଦାଗିରି: ପୁଲିସ ସମ୍ମୁଖରେ ଥାନା ପରିସରରେ ଅଭିଯୋଗକାରୀଙ୍କୁ ପିଟିଲେ