ଭଞ୍ଜନଗର: ଭଞ୍ଜନଗରରେ ବର୍ତ୍ତମାନ ଟ୍ରାଫିକ୍ ସମସ୍ୟା ଉଗ୍ରରୂପ ଧାରଣ କରିବାରେ ଲାଗିଛି। ପ୍ରତିଦିନ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ବେଳେ ବହୁ ଧନ ଜୀବନ କ୍ଷତି ଘଟୁଥିବାରୁ ଏହା ବର୍ତ୍ତାମାନ ବଡ ଚିନ୍ତାର କାରଣ ପାଲଟିଛି। ତୃଣମୂଳ ସ୍ତରରୁ ଟ୍ରାଫିକ ସମସ୍ୟା ସୁଧାରିବା ସହ ଯାନ ବାହାନ ଚଳାଚଳ କରିବା ପାଇଁ ବ୍ୟପକ ସଚେତନତା କରାଯାଉଛି। ଆଉ ଏଥି ନିମନ୍ତେ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। କେନ୍ଦ୍ର ସରକାର ନୂତନ ଟ୍ରାଫିକ୍ ନିୟମ ଲାଗୁ କରି ଜରିମାନାକୁ ମଧ୍ୟ ବହୁ ଗୁଣା କରିଛନ୍ତି। ତଥାପି ବେପାରୁଆ ଗାଡି ଚାଳଣା ଓ ଅବାଧ ପାର୍କିଂ ଉପରେ ଲଗାମ ଲଗାଯାଇ ପାରୁନାହିଁ। ଟ୍ରାଫିକ୍ ନିୟମ ପାଳନ କରି କେହି ଯାନା ବାହାନ ଚଳାଉଥିବା ଭଳି ମନେ ହେଉନାହିଁ। ବିଶେଷ କରି ଭଞ୍ଜନଗର ସହର ମଧ୍ୟ ଦେଇ ଅବାଧରେ ଭାରୀଯାନ ଯାତାୟତ କରୁଛି।ଯାହା ଫଳରେ ସହର ଭିତରେ ବଡ ଗାଡିକୁ ନେଇ ଦୁର୍ଘଟଣା ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି।
ଏଥିସହ ରାଜପଥ କଡରେ ଅବାଧରେ ଛିଡା ହୋଇଥିବା ମାଲ ଗାଡି ଗୁଡିକରେ ପିଟି ହୋଇ ଅନେକ ଦୁର୍ଘଟରା ବୃଦ୍ଧି ପାଉଥିବା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି।
ଭଞ୍ଜନଗର ମୁଖ୍ୟରାସ୍ତାରେ ବିଭିନ୍ନ ବ୍ୟାଙ୍କ,ସପିଂମଲ ଓ ଅନ୍ୟାନ୍ୟ ଦୋକାନ ବଜାର ରହିଥିବାରୁ ପାର୍କିଙ୍ଗ ସମସ୍ୟା ସହ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ଦିନ ଶତାଧିକ ମାଲ ବୋଝେଇ ଟ୍ରକ ଗୁଡିକ ଅବାଧରେ ସହର ଭିତର ଦେଇ ଯାତାୟତ କରୁଛନ୍ତି। ଏହାରି ମଧ୍ୟିରେ ଅଧିକାଂଶ ଖଣି ଅଞ୍ଚଳରୁ ଗୋପାଳପୁର ବନ୍ଦରକୁ ଯାଉଥିବା ଟ୍ରକ୍ ରହୁଛି। ଟ୍ରକ୍ ଗୁଡ଼ିକ ଭେଜିପୁଟ ଦେଇ ଚକରା ବିଶୋଇ ଛକ ଠାରୁ ବାଇପାସ ରୋଡ଼ରେ ପୂର୍ବରୁ ଯାତାୟତ କରୁଥିଲେ। କିନ୍ତୁ ଏବେ ସହର ଭିତରେ ଭାରି ଯାନ ଗୁଡିକ ଚଳାଚଳ ହେଉଛି। ବାହାର ରାଜ୍ୟରୁ ଆସୁଥିବା ବଡ ବଡ ଟ୍ରକ ଚାଳକ ମାନେ ରାସ୍ତା ମଧ୍ୟ ଜାଣିପାରନ୍ତି ନାହିଁ ଫଳରେ ସହର ଭିତରେ ପ୍ରବେଶ କରୁଛନ୍ତି। ଫଳରେ ବହୁ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଏଥିସହ ବାଇପାସ ରୋଡ଼ ଦେଇ ଯିବାଫଳରେ ଅଧିକ ରାସ୍ତା ପଡୁଥିବାରୁ କିଛି ଚାଳକ ସହର ଭିତର ଦେଇ ଟ୍ରକ ଗୁଡିକୁ ନେଉଛନ୍ତି। ଦିବାରାତ୍ରୀ ଟ୍ରକ୍ ଗୁଡିକ ବେପରୁଆ ଭାବେ ଯାତାୟତ କରୁଥିବା ସହ ଛୋଟ ମୋଟ ଦୁଇ ଚକିଆ ଠାରୁ ଆରମ୍ଭ କରି ଚାରି ଚକିଆ ଯାନାବାହାନ ଚଳାଚଳ ବେଳେ ରାସ୍ତାକଡ ମନଇଛା ପାର୍କିଂ ହୋଇଥିବା ଗାଡି ସହ ଧକ୍କା ହୋଇ ଦୁର୍ଘଟଣାରେ ଅକାରଣରେ ଅନେକ ମୂଲ୍ୟବାନ ଜୀବନ ଚାଲି ଯାଉଛି। ରାଜପଥ କଡରେ ଅବାଧରେ ପାର୍କିଂ ହେଉଥିବା ଗାଡି ଗୁଡିକୁ ହଟାଇବା ଦିଗରେ କେହି ଗୁରୁତ୍ବ ଦେଉନଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଏଭଳି ଦୁର୍ଘଟଣା ଖବର ପ୍ରକାଶ ହେଉଥିବାରୁ ସାଧାରଣରେ ଲୋକେ ଗାଡି ଚଳାଇବା ପାଇଁ ଆତଙ୍କିତ ହୋଇପଡୁଛନ୍ତି।
ବିଭିନ୍ନ ଖଣି ଅଞ୍ଚଳରୁ ସିଧାସଳଖ ଗୋପାଳପୁର ବନ୍ଦରକୁ କଞ୍ଚାମାଲ ନେବା ପାଇଁ ମାଲ ଗାଡି ଗୁଡିକ ଭଞ୍ଜନଗର ଅଞ୍ଚଳ ଦେଇ ଯାତାୟତ କରୁଛନ୍ତି। ଏଥିସହ ଅନେକ ମାଲ ବୋଝେଇ ଗାଡି ମଧ୍ୟ ଏହି ରାସ୍ତାଦେଇ ଯାତାୟତ କରୁଛି। ବାଟରେ ଖାଇବା ପିଇବା ସହ ଗାଧୋଇବା ପାଇଁ ରାସ୍ତାକଡରେ ଗାଡିକୁ ବହୁ ସମୟ ମନଇଛା ପାର୍କିଂ କରୁଥିବା ଦେଖିବାକୁ ମିଳିଛି। ଏଥିସହ ଗାଡି ଖରାପ ହେଲେ ମଧ୍ୟ ଘଣ୍ଟା ଘଣ୍ଟା ସମୟ ଧରି ଟ୍ରକ୍ ଗୁଡିକ ରାସ୍ତା ଉପରେ ଛିଡା ହୋଇ ରହୁଛି। ରାସ୍ତାକଡରେ ବେଆଇନ ଟ୍ରକ୍ ପାର୍କିଂ ବୃଦ୍ଧି ଯୋଗୁ ଏହା ଦୁର୍ଘଟଣାର ବୃଦ୍ଧିର ମୁଖ୍ୟ କାରଣ ଭାବେ ଉଭା ହୋଇଛି। ରାସ୍ତାକଡରେ ବେଆଇନ ଭାବେ ପାର୍କିଂ ହେଉଥିବା ଯାନବାହାନ ଗୁଡିକରେ ରୋକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ କେବେ ମଧ୍ୟ ଉଦ୍ୟମ କରାଯାଇନଥିବା ଅତ୍ୟନ୍ତ ଉଦ୍ବେଗର ବିଷୟ। ଉଚ୍ଚ କର୍ତ୍ତୁପକ୍ଷ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/BNJ-BJ-truck.jpg)