ପ୍ରଥମ ଥର ମୟୂରଭଞ୍ଜରୁ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇ ନାହାନ୍ତି

ବାରିପଦା: ଜାନୁଆରୀ ୨୨ରେ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୧୫୪ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ପ୍ରଥମ ଥର ନିମନ୍ତେ କୌଣସି କରୋନା ଆକ୍ରାନ୍ତ ନାହାନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତମାନଙ୍କ ସଂଖ୍ୟା ୧୪,୦୬୧ ରେ ପହଁଞ୍ଚିଛି । ଚଳିତ ଜାନୁଆରୀ ମାସର ୨୧ ତାରିଖ ସୁଦ୍ଧା ମୋଟ ୧୫୩ ଜଣ କୋଭିଡ଼-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜାନୁଆରୀ ୧ରେ ଜିଲ୍ଲାରୁ ସର୍ବାଧିକ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି  ୬ ଥର ଦୁଇ ଅଙ୍କକୁ ଛୁଇଁଥବା ବେଳେ ୧୫ ଦିନ ଏକ ଅଙ୍କରେ ରହିଥିଲା । ପୁଣି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିପୋର୍ଟ ଆଧାରରେ ଚଳିତ ମାସ  ଜିଲ୍ଲାରେ ଚିକିତ୍ସାଧୀନ ଥିବା କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ନ ଥିବାର ଜଣାପଡ଼ିଛି । ଗତ ୨୦୨୦ ଡ଼ିସେମ୍ବର ୩୧  ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୩,୭୨୨ ରହିଥିବା ସମୟରେ ଜାନୁଆରୀ ୧ ସୁଦ୍ଧା ୧୧୨ ଜଣ ସକ୍ରିୟ ଥାଇ କୋଭିଡ଼ ହସପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସା ହେଉଥିବା ବେଳେ ଚଳିତ ଜାନୁଆରୀ ୨୧ ମଧ୍ୟରେ  ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୩,୯୬୫ ରହିଥିବା ସମୟରେ ଆଜି ସୁଦ୍ଧା ୫ ଜଣ ସକ୍ରିୟ ଥାଇ ପିଆରଏମ ମେଡ଼ିକାଲର ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ଼ ଓ ହୋମ ଆଇସୋଲେସନରେ ଚିକିତ୍ସା ହେଉଛନ୍ତି ।

ଏଥି ସହିତ ଜିଲ୍ଲାରୁ କରୋନା ଭୂତାଣୁ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୋଟ  ୯୧ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି ।  ଚଳିତ ମାସର କରୋନା ପଜିଟିଭ ରିପୋର୍ଟ ଜିଲ୍ଲାରେ କରୋନା ମହାମାରୀ ନିର୍ଣ୍ଣାୟକ ମୋଡ଼ରେ ପହଁଞ୍ଚିଯାଇଥିବାର ସୂଚନା ଦେଉଛି ।

ସମ୍ବନ୍ଧିତ ଖବର