ଆଜି କୁମାର ପୂର୍ଣିମା, ବସ୍ତ୍ରାଳୟ ଖାଁ ଖାଁ

ମାଛଗାଁ: ଗ୍ରାମାଞ୍ଚଳରେ କୁମାରୀମାନେ କୁମାରପୂର୍ଣିମାକୁ ଅତି ଧୁମ୍‌ଧାମ୍‌ରେ ପାଳନ କରନ୍ତି। ହେଲେ, ବର୍ତ୍ତମାନ କୋରନା ମହାମାରୀର ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ଘୋର କୁପ୍ରଭାବ ପଡିଛି। ଏଣେ ସରକାରଙ୍କର କୋଭିଡ ନିୟମ ପାଳନ କଡାକଡି ଥିବାରୁ ଏବର୍ଷ କମାର ପୂର୍ଣିମା ସମ୍ପୂର୍ଣ୍ଣ ଫିକା ପଡ଼ିଯାଇଛି। ବରମୁଣ୍ଡଳୀ ପଞ୍ଚାୟତ ଦଶବାଟିଆ ବଜାରରେ ବି ଦେଖିବାକୁ ମିଳିଛି ତାହାର ପ୍ରତିଫଳନ। ଏହି ବଜାରକୁ ଅପଣ୍ଡରା, ଓଷକଣା, ଅନନ୍ତପୁର, ନହରଣା, ମରିଚିପୁର, କୁସୁପୁର ଓ ବରମୁଣ୍ଡଳୀ ପଞ୍ଚାୟତର ଜନସାଧାରଣ କୁମାର ପୂର୍ଣିମା ସମୟରେ ବସ୍ତ୍ର କିଣିବା ଲାଗି ଆସିଥାନ୍ତ।

କିନ୍ତୁ ଏ ବର୍ଷ ତାହା ଦେଖିବାକୁ ମିଳୁ ନାହିଁ। ଫଳରେ ବେପାରୀମାନେ ହାତ ବାନ୍ଧି ବସିଛନ୍ତି। ବଜାରର ବ୍ୟବସାୟୀ ରଞ୍ଜନ ମହାନ୍ତି କହିନ୍ତି, ପ୍ରତିବର୍ଷ ଆମେ ଏ ସମୟରେ ଲକ୍ଷାଧିକ ଟଙ୍କା ବ୍ୟବସାୟ କରିଥାଉ। କିନ୍ତୁ ବର୍ତ୍ତମାନ ଗାଁରେ କରୋନା ସଂକ୍ରମଣ ଭୟ ଥିବାରୁ ଲୋକମାନେ ଭୟରେ ବଜାରକୁ ଆସୁ ନାହାନ୍ତି। ତା’ଛଡ଼ା, ଅଞ୍ଚଳର ବହୁସଂଖ୍ୟକ ଲୋକ ପ୍ରବାସୀ ଅଟନ୍ତି। ଏ ସମୟରେ ସେମାନେ ରୋଜଗାର ହରାଇ ଗାଁରେ ଅଛନ୍ତି। ତେଣୁ ନୂତନ ବସ୍ତ୍ର କିଣିବା ପାଇଁ କେହି ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଏବର୍ଷ ଆମ ବ୍ୟବସାୟ ମାନ୍ଦା ପଡ଼ିବା ସହ ବିପୁଳ କ୍ଷତି ସହିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର